(ଦିଲ୍ଲୀ) : ବିଆରଏସ ନେତ୍ରୀ କବିତାଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଦିଲ୍ଲୀ ଲିକର୍ ପଲିସି ମାମଲାରେ ଗିରଫ ହୋଇଥିବା ବିଆରଏସ୍ ନେତ୍ରୀ କବିତାଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କେ କବିତାଙ୍କ ଜାମିନ ଆବେଦନକୁ ଇଡି ଏବଂ ସିବିଆଇ ବିରୋଧ କରିଥିଲେ।
ଉଭୟ ତଦନ୍ତକାରୀ ଏଜେନ୍ସି ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ କେ. କବିତା ଏହି ପୁରା ସ୍କାମର ଅନ୍ୟତମ ଷଡଯନ୍ତ୍ରକାରୀ ଏବଂ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ଏବଂ ପ୍ରମାଣକୁ ଖଣ୍ଡନ କରି ଅନୁସନ୍ଧାନକୁ ପ୍ରଭାବିତ କରିପାରନ୍ତି। ପିଲ୍ଲାଇ ‘ସାଉଥ୍ ଗ୍ରୁପ୍’କୁ ପ୍ରତିନିଧିତ୍ୱ କରିଥିଲେ, ଯାହାକି କବିତା ଏବଂ ଅନ୍ୟମାନଙ୍କ ସହ ଜଡିତ ଏକ ମଦ କାର୍ଟେଲ୍, ଯାହାକି 2020-21 ପାଇଁ ବର୍ତ୍ତମାନର ମିଆଦ ପୂର୍ଣ୍ଣ ଦିଲ୍ଲୀ ଏକ୍ସାଇଜ୍ ପଲିସି ଅଧୀନରେ ବଜାରରେ ଅଧିକ ଅଂଶ ପାଇବା ପାଇଁ AAP କୁ ୧୦୦କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା । କେ କବିତା ୨୦୨୧ ଏବଂ ୨୦୨୨ରେ ଅତି କମରେ ଦଶଟି ଫୋନ୍ ବ୍ୟବହାର କରିଥିଲେ ।
