ଭାରତ

ହାତରେ ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା । ଦିଲ୍ଲୀର ଏକ ସ୍କୁଲ ପିଲାମାନେ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । କୁନି କୁନି ପିଲାଙ୍କ ସହ ମିଶି ରକ୍ଷା ବନ୍ଧନ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନାନୁଯାୟୀ ,  ରକ୍ଷା ବନ୍ଧନ ପରେ ମୋଦି ସେମାନଙ୍କ କ୍ଲାସ ରୁମରେ ପିଲାଙ୍କ ସହ ଫଟୋ ଉଠାଇଥିଲେ ।  ଏହି ପର୍ବଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ । ଦେବୀ ସୁଭଦ୍ରା ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ଏହି ରାକ୍ଷୀ ବନ୍ଧନର ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି । ଗହ୍ମା ପୂର୍ଣ୍ଣିମା ଦିନଟି ଭଗବାନ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ । ଏହି ଦିନରେ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ ।

Related posts

ପୁଣି ଥରେ ୨୭୦୦ ଟଙ୍କା ବଢିଛି ସୁନା ଦର

mahabharatanews

ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ

mahabharatanews

ସାରା ଦେଶର ପୁଲିସଙ୍କୁ ‘ୱାନ ନେସନ,ୱାନ ୟୁନିଫର୍ମର’ ପ୍ରସ୍ତାବ ଦେଲେ ମୋଦି

mahabharatanews