ନୂଆଦିଲ୍ଲୀ: ଦିଲ୍ଲୀ ହିଂସା କାଳରେ ବନ୍ଧୁକ ଦେଖାଇଥିବା ସାହରୁଖର ପିସ୍ତଲ ଦିଲ୍ଲୀ ପୁଲିସ ଉଦ୍ଧାର କରିଛି । ସାହରୁଖ ଗତ ୨୪ ତରିଖରେ ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ସମୟରେ ଗୁଳି ଚଳାଇବା ସହ ପୁଲିସକୁ ମଧ୍ୟ ବନ୍ଧୁକ ଦେଖାଇଥିଲା । ଏହି ବନ୍ଧୁକ ସାହରୁଖର ବାସଭବନରୁ ପୁଲିସକୁ ମିଳିଛି । ଗୁଳି ଚଳାଇବା ପରେ ସାହରୁଖ ପୁଲିସକୁ ଭୁଆଁ ବୁଲାଇଥିଲା ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଚି । ପରେ େ ପଞ୍ଜାବ ଓ ଉତ୍ତର ପ୍ରଦଶକୁ ଖସି ଯାଇଥିଲା । ଶେଷରେ ଗତ ମଙ୍ଗଳବାର ଦିନ ସାମଲିରୁ ପୁଲିସ ତାକୁ ଗିରଫ କରିଥିଲା ।
ସୂତ୍ର ଅନୁଯାୟୀ, ଫେବୃଆରୀ ୨୪ରେ ଗୁଳି ଚଳାଇବା ପରେ ସାହରୁଖ ଘରକୁ ଫେରି ଯାଇଥିଲା । ଟିଭି ସ୍କ୍ରିନରେ ତାର ଫଟୋ ଦେଖି ଭୟଭୀତ ହୋଇଯାଇଥିଲା ଓ ନିଜ ପୋଷାକ ବଦଳାଇ ସେଠାରୁ ଫେରାର ହୋଇଯିବା ସହ ଦିଲ୍ଲୀର ବିଭିନ୍ନ କ୍ଲବରେ ଲୁଚି ରହିଥିଲା । ଫେବୃଆରୀ ୨୫ରେ ସାହରୁଖ ଦିଲ୍ଲୀର କନଡପ୍ଲେସରେ ଘୁରି ବୁଲିଥିଲା । ୨୬ ତାରିଖରେ ସେ ଜଳନ୍ଧର ଚାଲିଯାଇଥିଲା ଏହା ପରେ ସେ ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶ ଖସିଯାଇଥିଲା । ତେବେ ମାର୍ଚ୍ଚ ୩ ତାରିଖରେ ଦିଲ୍ଲୀର କ୍ରାଇମ ବ୍ରାଞ୍ଚ ତାକୁ ସାମିଲ ବସ ଷ୍ଟାଣ୍ଡରୁ ଗିରଫ କରିଥିଳା ।