ନୂଆଦିଲ୍ଲୀ: ନେପାଳରେ ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟିରେ ଆଭ୍ୟନ୍ତରିଣ ବିବାଦ ବଢୁଚାଲିଛି। ଏହାକୁ ନେଇ ପାର୍ଟିରେ ବିଦ୍ରୋହ ଦେଖା ଦେଇଛି । ବିଦ୍ରୋହରେ ବରିଷ୍ଠ ନେତା ତଥା ଦଳର ସଭାପତି ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଆଗରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସବୁ କାର୍ୟ୍ୟକ୍ରମରେ ବିଫଳ ହୋଇଥିବା ଦହଲ ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ପଦବୀରୁ ଇସ୍ତଫା ନ ଦେଲେ ପାର୍ଟିର ବିଭାଜନ କରିବାକୁ ସେ ବାଧ୍ୟ ହେବେ ବୋଲି ଦହଲ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଓଲିଙ୍କୁ ନେଇ ପାର୍ଟିର ଏକତା ପରିକଳ୍ପନା ତାଙ୍କର ମସ୍ତବଡ ରାଜନୈତିକ ଭୁଲ ଥିଲା ଓ ଏଥିପାଇଁ ତାଙ୍କୁ ଏବେ ପଶ୍ଚାତାପ କରିବାକୁ ପଡୁଛି। ବହଲଙ୍କୁ ପାର୍ଟିର ୨ ଜଣ ପୂର୍ବ ପ୍ରଧାନମନ୍ତ୍ରୀ ପ୍ରସଙ୍ଗରେ ଦହଲଙ୍କୁ ସମର୍ଥନ କରିଥିବା ବେଳେ ମାଧବ ନେପାଳ ଓ ଝଲନାଥ ଖନାଲ ମଧ୍ୟ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ଫଳରେ ଓଲି ପାର୍ଟି ସଚିବାଳୟ ସମେତ ସ୍ଥାୟୀ ସମିତିରେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ଏଣୁ ଓଲି ପ୍ରଧାନମନ୍ତ୍ରୀ ପଦବୀ ବଞ୍ଚାଇବା ଲାଗି ତାଙ୍କ କ୍ୟାବିନେଟ୍ରେ ପରିବର୍ତ୍ତନର ପ୍ରୟାସ କରୁଥିବା ଜଣାପଡିଛି। ସେପଟେ ନେପାଳ ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସ୍ ସାଂସଦମାନେ ପ୍ରତିନିଧି ସଭାରେ ଏକ ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ଚୀନ୍ ହାତେଇ ନେଇଥିବା ନେପାଳ ଗାଁଗୁଡିକର ମୁକ୍ତି ଦାବି କରିଛନ୍ତି। ସେହିପରି ସେଠାକାର ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ସରକାର ତୁରନ୍ତ ସଂସଦକୁ ସୂଚିତ କରନ୍ତୁ ବୋଲି ଦାବି କରିଛନ୍ତି।
previous post
