ଓଡିଶା

ସାଲେପୁର ସଦର ମହକୁମା ହାଇସ୍କୁଲ ପଡ଼ିଆରେ ଧୁମଧାମରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ

କଟକ/ ତାରାକାନ୍ତ ନାୟକ : ସାଲେପୁର ସଦର ମହକୁମା ,ହାଇସ୍କୁଲ ପଡ଼ିଆ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ତହସିଲଦାର , ଏବିଡ଼ିଓ, ସିଡିପିଓ, ଏସଡିପିଓ ଓ ଥାନାଧିକାରୀ ଓ ବହୁ ବିଭାଗର ଅଧିକାରୀ ଉପସ୍ଥିତ ଥିବାର ଦେଖାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ବହୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ୟାରେଡ଼ରେ ଭାଗ ନେଇଥିଲେ । ଏଥିସହିତ ସେମାନେ ମଧ୍ୟ ସାଂସ୍କୃତିକ କାର୍ୟ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରା ଯାଇଥିଲା ।

 

Related posts

ପାଣିରେ ବୁଡି ଦୁଇ ମୃତ

mahabharatanews

ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଧାରଣା

mahabharatanews

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିବେ ଅନୁ ଗର୍ଗ

mahabharatanews