ଓଡିଶା

ବେକାବୁ ଡେଙ୍ଗୁ ଆତଙ୍କ; ରାଜଧାନୀରେ ହଜାରେ ପାର 

(ଭୁବନେଶ୍ୱର) : ଦିନକୁ ଦିନ ଘନେଇବାରେ ଲାଗିଛି ରାଜଧାନୀରେ ଡେଙ୍ଗୁ ସ୍ଥିତି । ଏହାରି ମଧ୍ୟରେ  ୧୦୦୦ ପାର ହେଲାଣି ଭୁବନେଶ୍ୱରର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ବିଭିନ୍ନ ଡାପେ ସତ୍ୱେ କମୁନି ଡେଙ୍ଗୁ ଆତଙ୍କ। ଗତ ବର୍ଷ ଅପେକ୍ଷା ଏବର୍ଷ ଅଧିକ ଲୋକେ ଡେଙ୍ଗୁ ରୋଗରେ ଶିକାର ହେଉଛନ୍ତି । ରାଜଧାନୀର ସମସ୍ତ ୪ଟି ଯାକ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ । ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ । ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।

ସୂଚନାନୁଯାୟୀ ,  ଭୁବନେଶ୍ଵରରେ ଡେଙ୍ଗୁ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ମହାନଗର ନିଗମ (BMC) ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ଟିମ୍ ପ୍ରତିଦିନ ଘରକୁ ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ପ୍ରତିକାର ପଦକ୍ଷେପ ନେଉଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜଧାନୀରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

୨୮ପର୍ଯ୍ୟନ୍ତ ଲାଗି ରହିବ ବର୍ଷା 

mahabharatanews

କୂଆଖାଇ ନଦୀରେ ଭାସୁଛି ପଥର

mahabharatanews

ମାଲକାନଗିରି କଲେଜର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

mahabharatanews