ଓଡିଶା

କାଠ ଗଣ୍ଡି ବୋଝେଇ ଟାଟା ଏସି ଗାଡି ଜବତ: ଜଣେ ଅଟକ

କରଞ୍ଜିଆ (ବସନ୍ତ କୁମାର ସୋରେନ) : ରବିବାର ସକାଳେ ଚୋରାରେ ଶାଳକାଠ ଗଣ୍ଡି  ଵୋଝେଇ କରି ଏକନମ୍ବର ବିହୀନ ଟାଟା ଏସି ଗାଡି ଯୋଗେ ଚୋରା ଚାଲାଣ ହେଉଥିଲା  । ରବିବାର ସକାଳେ ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ନିକଟରେ ସାତକୋଶିଆ ରେଞ୍ଜର କର୍ମଚାରୀ ମାନେ ଗାଡିକୁ ଜବତ କରିଛନ୍ତି।ଘଟଣାସ୍ଥଳରୁ ଗାଡିର ଡ୍ରାଇଭର  ଫେରାର ହୋଇଥିବା ବେଳେ  ଗାଡିର ହେଲପର ଅରବିନ୍ଦ ଘଡେଇଙ୍କୁ ବନ କର୍ମଚାରୀ ମାନେ କାବୁ କରିଛନ୍ତି। ଲୋକେ ସନ୍ଦେହ ନ କରିବା ପାଇଁ ଗାଡ଼ିରେ ସୁଭଲକ୍ଷ୍ମୀ  ଟେଣ୍ଟ ହାଉସ ଲେଖି  କାଠ ଚୋରା ଚାଲାଣ କରୁଥିଲେ। ଜବତ ହୋଇଥିବା

ଚୋରା କାଠ ଗାଡ଼ିରେ ୪୨.୭୬ ସିଫ୍ଟର କାଠ ଗଣ୍ଡି ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ଆକଳନ କରିଛି। ଚୋରା କାଠ ଗାଡି ଚଢ଼ାଉ ସମୟରେ ଗୋଡଭଙ୍ଗା ଫରେଷ୍ଟ ସେକ୍ସନର ଫରେଷ୍ଟର ବିଜୟ ମହାନ୍ତ, ଫରେଷ୍ଟ ଗାର୍ଡ ଯୋଗେଶ୍ୱର କୁଲଡି ଓ ସମୀର ମହାନ୍ତଙ୍କ ସହିତ ଟିପିଏଫ ମହେଶ୍ୱର ଦାସ,ନାରଣ ମହାକୁଡ଼ ଓ ପିତାମ୍ବର ମହାନ୍ତ ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ।

Related posts

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ

mahabharatanews

୬ ମାସ ପରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

mahabharatanews

ବିଜୁଳି ପଡି ଗଛମୂଳେ ଆଶ୍ରୟ ନେଇଥିବା ୯ ବଦଳ ମୃତ

mahabharatanews