ଓଡିଶାପାଣିପାଗ

ପଛକୁ ପଛ ଆସୁଛି ଲଘୁଚାପ ; ୧୩ ତାରିଖରେ ଲଘୁଚାପ ସୃଷ୍ଟି

ଭୁବନେଶ୍ୱର : ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପଛକୁ ପଛ ଆସୁଛି ଲଘୁଚାପ। ଏହା ପ୍ରଭାବରେ ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବର୍ଷା । ଅଗଷ୍ଟ ୧୭ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ୧୮ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଦୁଇ ଲଘୁଚାପ ପ୍ରଭାବରେ ମହାନଦୀର ଉପରମୁଣ୍ଡ ସମେତ ଛତିଶଗଡ଼ରେ ଲଗାଣ ବର୍ଷା ହେବାକୁ ଥିବାରୁ ମହାନଦୀ ଓ ଏହାର ଶାଖା ନଦୀରେ ମଧ୍ୟମଧରଣର ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ଋଷିକୂଲ୍ୟା, ବୈତରଣୀ ମଧ୍ୟ ଫୁଲିପାରେ।ଆଗକୁ ଭୀଷଣ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ପରେ ଗୁରୁବାର ଦିନ ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌ ଖୋଲାଯାଇଛି। ପୂର୍ବାହ୍ନରେ ୫ଟି ଗେଟ୍‌ ଖୋଲାଯାଇଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଡ୍ୟାମ୍‌କୁ ଅଧିକ ଜଳ ପ୍ରବେଶ କରିବାରୁ ଅପରାହ୍ନରେ ଆଉ ୫ଟି ଗେଟ୍‌ ଖୋଲାଯାଇଛି।

ହୀରାକୁଦକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୫ହଜାର ୨୩୪ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ଏବଂ ୧୦ଟି ଗେଟ୍‌ ମାଧ୍ୟମରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୦ହଜାର ୬୬୯ କ୍ୟୁସେକ୍‌ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି। ଏହି ସମୟ ବେଳକୁ ହୀରାକୁଦରେ ଜଳସ୍ତର ୬୧୩.୭୯ ଫୁଟ ରହିଛି ଓ ଜଳପତ୍ତନ ବଢ଼ୁଛି। ସମ୍ଭାବ୍ୟା ବର୍ଷା ଓ ବନ୍ୟାକୁ ନଜରରେ ମହାନଦୀର ତଳିଆ ଅଞ୍ଚଳରେ ଥିବା ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।

Related posts

୧୫ରୁ ଭୁବନେଶ୍ୱର-ଦୁବାଇକୁ ଆରମ୍ଭ ବିମାନ ସେବା

mahabharatanews

ସାମାନ୍ୟ ରୋଗରେ ଫାର୍ମାସିଷ୍ଟ ଦେବେ ଔଷଧ

mahabharatanews

ଯୁକ୍ତ ଦୁଇରେ ଏନଟିପିସି ଡିଏଭି ଛାତ୍ରୀ ପ୍ରିୟଙ୍କା ଟପ୍ପର

mahabharatanews

Leave a Comment