ଓଡିଶାରାଜନୀତି

ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ଦେବୀ ପ୍ରସାଦ ମିଶ୍ର

କଟକ /ପ୍ରଦିପ୍ କୁମାର ନାୟକ: ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଟକ ଜିଲ୍ଲାରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଦ୍ଵିତୀୟ ଦିନରେ ‌ ବଡମ୍ବା ବିଧାନସଭା  ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଆଜି ପୂର୍ବାହ୍ନରେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନିକଟରେ  ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ସହ ସଂପୃକ୍ତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Related posts

ପାତାଳି ନଦୀରେ ଡଙ୍ଗାବୁଡି ଜଣେ ମୃତ, ୪ ନିଖୋଜ

mahabharatanews

ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ହୋଇଥିବା ଟ୍ୟୁମର୍‌ ବାହାରକଲେ ସମ ବିଶେଷଜ୍ଞ

mahabharatanews

ଘାଟି ରାସ୍ତାରୁ ଜବତ ହେଲା ଦୁଇ କ୍ବିଣ୍ଟାଲ ଗଞ୍ଜେଇ

mahabharatanews