ଓଡିଶା

କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟ କ୍ଷତି

କଲ୍ୟାଣସିଂହପୁର /ସନ୍ତୋଷ କୁମାର ଲାମତା : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ର ସଦର ରେ ଆଜି ଦିନ ଦୁଇ ପହରରେ କାଳ ବୈଶାଖୀ ତାଣ୍ଡବ ରଚିଛି । ଏହା ଫଳରେ ଅନେକ ଘର ଛପର ଟିଣ ଉଡିବା ସହ କାନ୍ଥ ଭୁଶୁଡି ଘରର ଅସାବ ପତ୍ର ନଷ୍ଟ ହେବା ଏବଂ କିଛି ଦୋକାନୀ ମାନଙ୍କ ର ଜିନିଶ ପତ୍ର କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଶିକରପାଇ ପଞ୍ଚାୟତ ର ମହେନ୍ଦ୍ରପୁର ଗାଁ ର ସ୍ୱାମ କାଡ୍ରାକା ଜଣେ ଯୁବକ ଙ୍କ ବିଜୁଳି ଚଡକ ମାରିବା ଦ୍ୱାରା ଗୁରୁତର ହେବା ଫଳରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା। ସେଠାରେ ଡାକ୍ତର ସୁମିରନ ରାଉତ ଚିକିତ୍ସା କରିଥିଲେ । ବର୍ତମାନ ଯୁବକ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣା ପୋଡିଛି । ପରେ ମୁଖ୍ୟ ରାସ୍ତାରେ ଗଛ ଗୁଡିକ ପବନ ବର୍ଷାରେ ଭାଙ୍ଗି ପଡିବା ଦ୍ୱାରା କିଛି ସମୟରେ ପାଇଁ ଜାନ ବାହାନ ଚଳା ଚଳ ରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା। ଗ୍ରାମ ବସୀ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତାରୁ ଗଛ ହଟାଇ ବା ପରେ ଜାନ ବାହାନ ଚଳା ଚଳ ରେ ସଭାବିକ ହୋଇଥିଲା, ଏହି ପରି ଭାବରେ କତାଗୁଡା ଗାଁ ରେ କାଳ ବୈଶାଖୀ ପବନ ବର୍ଷାରେ ଅନେକ ଘର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି,ଏମାନଙ୍କ କ୍ଷୟ କ୍ଷେତି ମିଳିବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Related posts

ବିଶ୍ୱ ମହିଳା ଦିବସ ଅବସରରେ ମହିଳା ଇନ୍ସପେକ୍ଟରଙ୍କ ସହ ଅନ୍ୟ ମହିଳା ମାନେ ପାଳିଲେ ମହିଳା ଦିବସ ।

mahabharatanews

ଦ୍ବିତୀୟ ଦିନରେ ମୌସୁମୀ ଅଧିବେଶନ

mahabharatanews

କଣିହାଁ ବ୍ଲକର ବିଭିନ୍ନ ଗାଁରେ ଦୋଳ ଯାତ୍ରା ପାଳନ

mahabharatanews