ଓଡିଶା

ଏଣିକି ଶ୍ରୀମନ୍ଦିରରେ ଆଧୁନିକ ପୋଷାକ ମନା 

(ପୁରୀ) : ଏଣିକି ଶ୍ରୀମନ୍ଦିରରେ ୱେଷ୍ଟନ ଡ୍ରେସ ମନା ।  ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା।  ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍‌ ଆଦି ପିନ୍ଧି କେହି ଦେଉଳରେ ପ୍ରବେଶ କରିପାରିବେ ନାହିଁ। ବରଂ ଭକ୍ତମାନେ ଶାଳୀନତାପୂର୍ବକ ପାରମ୍ପରିକ ପୋଷାକ ପରିଧାନ କରି ଆସିବେ। ଏଥିପାଇଁ ପ୍ରଥମେ ସଚେତନ କରାଯିବ ଓ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ।

ସୂଚନାନୁଯାୟୀ , ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ନୂଆବର୍ଷ ଅର୍ଥାତ୍‌ ଜାନୁଆରି ପହିଲାରୁ ଏହି ନିୟମ କଡ଼ାକଡ଼ି କରାଯିବ। ଯେଉଁମାନେ ଅମାନ୍ୟ କରିବେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଆଜି ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଅକ୍ଟୋବର ୨୫ରୁ ବାଳଧୂପ ଓ ରାଇଦାମୋଦର ବେଶ(କାର୍ତ୍ତିକ ବ୍ରତ) ଆରମ୍ଭ ହେଉଥିବାରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

Related posts

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

କଳା ବଜାରୀ ରୋକିବାକୁ ଓଡ଼ିଶା ପୋଲିସର ରଣନୀତି

mahabharatanews

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

mahabharatanews