ଓଡିଶା

ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ 

(ବରଗଡ଼) : କାରାଗାରରେ ଜନ୍ମ ନେଇଛନ୍ତି ଭଗବାନ ଶ୍ରୀକୃଷ୍ଣ । କଂସ ମହାରାଜଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଶ୍ରୀକୃଷ୍ଣଙ୍କୁ ଗୋପପୁରକୁ ନିଆଯାଇଛି । ଏହା ସହ କଂସର ଅଟ୍ଟହାସ୍ୟରେ କମ୍ପୁଛି ମଥୁରାନଗରୀ ପାଲଟିଥିବା ବରଗଡ଼ । ବରଗଡ଼ରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇସାରିଛି ।

ସୂଚନାନୁଯାୟୀ , ନଗର ଭ୍ରମଣରେ ବାହାରିଛନ୍ତି କଂସ । ଏହା ସହ ପ୍ରଜାଙ୍କ ପାଇଁ ରଙ୍ଗମହଲର ଉଦଘାଟନ କରିଛନ୍ତି । ପ୍ରତିଶୃତି ରଖିଲେ ରେଳମନ୍ତ୍ରୀ; ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କାଉଣ୍ଟର ଖୋଲିଲା ଅନ୍ୟପଟେ କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି । ଦୈବୀବାଣୀ ପରେ ଦେବକୀଙ୍କ ଗର୍ଭର ସମସ୍ତ ସନ୍ତାନକୁ କଂସ ହତ୍ୟା କରୁଥିବାରୁ, ଅଷ୍ଟମ ଗର୍ଭର ସନ୍ତାନକୁ ବଞ୍ଚାଇବାକୁ ବାସୁଦେବ ନବଜାତ ଶ୍ରୀକୃଷ୍ଣକୁ ଧରି ଗୋପପୁର ଯାଇଛନ୍ତି । ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଦୃଶ୍ୟ ଅଭିନୀତ ହୋଇଛି । କୃଷ୍ଣଙ୍କ ଜନ୍ମକୁ ନେଇ ଗୋପପୁରର ନନ୍ଦ ରାଜାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

Related posts

ସୀମାନ୍ତ ଚେକିଂ ପଏଣ୍ଟରେ ଆରଟିଓମାନେ ଚେକିଙ୍ଗ କରିବେ: ପରିବହନ ମନ୍ତ୍ରୀ

mahabharatanews

କଟକଣାରୁ ଓହରିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ବିଏମସି

mahabharatanews

ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ 

mahabharatanews