(ମୁମ୍ବାଇ) : ପ୍ରଶଂସକମାନେ ଉତ୍ସାହର ସହିତ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨’କୁ ଅପେକ୍ଷା କରିଛନ୍ତି । ଏହି ସିନେମାର ପ୍ରଥମ ଭାଗ ବେଶ୍ ଲୋକପ୍ରିୟତା ହାସଲ କରିଥିଲା, ଯାହା ପରେ ଦ୍ୱିତୀୟ ଭାଗକୁ ନେଇ ସିନେପ୍ରମା କ୍ରେଜ୍ ବୃଦ୍ଧି ପାଇଛି । ଏବେ ଏବେ ଅଭିନେତା-ଅଭିନେତ୍ରୀଙ୍କ ନୂଆ ନୂଆ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଉଛି । ବର୍ତ୍ତମାନ ଫିଲ୍ମର OTT ଅଧିକାର ସେଲ୍ ବିଷୟରେ ମଧ୍ୟ ସୂଚନା ଜାରି କରାଯାଇଛି ।
ସୂଚନାନୁଯାୟୀ ,ଫିଲ୍ମର ବଜେଟ୍ ଏସ୍ ରାଜାମୌଲିଙ୍କ RRR ସହିତ ସମାନ। ନିର୍ମାତାମାନେ ଫିଲ୍ମର ୬ ମିନିଟର ଦୃଶ୍ୟ ସୁଟିଂ ପାଇଁ 60 କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ଖବର ରହିଛି । ସେହିପରି ଏହି ସିନ୍ ସୁଟିଂ ପାଇଁ ପ୍ରାୟ ଏକ ମାସ ସମୟ ଲାଗିଥିଲା । ଏହି ଦୃଶ୍ୟ ଟିଜରର ଏକ ଅଂଶ । ବର୍ତ୍ତମାନ ଫିଲ୍ମର OTT ଅଧିକାର ମଧ୍ୟ କ୍ରୟ ହୋଇସାରିଛି ବୋଲି ଜାତିୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ବଲିଉଡ ଲାଇଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନେଟଫ୍ଲିକ୍ସ ପୁଷ୍ପା ୨ ର ଡିଜିଟାଲ ଅଧିକାର କିଣିସାରିଛି । ନେଟଫ୍ଲିକ୍ସ ପୁଷ୍ପା ପାର୍ଟ-2ରୁ ଅଧିକାର ପ୍ରାୟ ୧୦୦କୋଟିରେ କିଣିଛି । ଯାହା ଉଭୟ ସଲାର ଏବଂ RRR ଠାରୁ ବହୁତ କମ୍ ।