ଓଡିଶା

ଜିଲ୍ଲାସ୍ତରୀୟ ଅନଲାଇନ୍ ସୁରକ୍ଷା ଏବଂ ସାଇବର ନିର୍ଯାତନା ସଚେତନତା କର୍ମଶାଳା

ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ-୪ ଠାରେ ବେଟି ବଚାଅ ବେଟି ପଢାଅ, ଜିଲ୍ଲାସ୍ତରୀୟ ଅନଲାଇନ୍ ସୁରକ୍ଷା ଏବଂ ସାଇବର ନିର୍ଯାତନା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କର୍ମଶାଳାରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ, ଗଜପତି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଆଦର୍ଶ ଥାନ ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି,ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରୀପାଠୀ, ତାଲିମ୍ ପ୍ରଦାନ କାରୀ ଶ୍ରୀ ସଂଜୀବ ପାଢ଼ୀ ଓ ବନ୍ଧନ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ଗୋପାଳ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ।

     ଉକ୍ତ କର୍ମଶାଳାରେ ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ଲୋକଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବା କେବଳ ପୋଲିସ ବିଭାଗର ନୁହେଁ ବରଂ ଆମ ସମସ୍ତଙ୍କ ଦାୟିତ୍ୱ । ନିଜେ ସତର୍କ ରହିବା ସହିତ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ଉପଯୁକ୍ତ ଭାବେ ସଚେତନ କରିପାରିଲେ ସାଇବର ଠକେଇରୁ ସୁରକ୍ଷା ମିଳିବ ।

   ସେହିପରି ସରକାରୀ ସ୍ତରରେ ହେଉ ବା ବ୍ୟକ୍ତିଗତ ସ୍ତରରେ ହେଉ ବା ସାମାଜିକ ସ୍ତରରେ ହେଉ, ଦୈନନ୍ଦିନ ଜୀବନରେ ଇଣ୍ଟେର୍ନେଟ ସାଙ୍ଗକୁ ସ୍ମାର୍ଟ ଫୋନ ବ୍ୟବହାର ଅପରିହାର୍ଯ୍ୟ ହୋଇପଡିଛି । ମାତ୍ର ଏହାକୁ ଯଦି ଆମେ ସତର୍କତା ସହ ସୁରକ୍ଷିତ ଭାବେ ବ୍ୟବହାର ନକରୁ ତେବେ ଠକାମିର ଶିକାର ହେବା । ପରିବର୍ତ୍ତି ସମୟ ଅନୁସାରେ ସାଇବର ଠକମାନେ ମଧ୍ୟ ନୂତନ ଅଭିନଵ ଉପାୟ ଅବଲମ୍ବନ କରି ଲୋକମାନଙ୍କୁ ସେମାନଙ୍କର ଶିକାର ବନଉଛନ୍ତି ।  ସମାଜରେ ସବୁ ବର୍ଗର ଲୋକଙ୍କୁ ସାଇବର ସୁରକ୍ଷା ପ୍ରଦାନ ଏହାର ମୂଳ ଲକ୍ଷ୍ୟ, ଯେମିତି କି ଛାତ୍ରଛାତ୍ରୀଙ୍କୁ ନିରାପଦ ଡିଜିଟାଲ ଅଭ୍ୟାସ ସହ କୌଣସି ପ୍ରଲୋଭନ ଏବଂ ସାଇବର ଭୟ ର ଶିକାର ନହେବା, ଗୋପନ ଭିଡ଼ିଓ ଦେଖାଇ ସାଇବର ଅପରାଧର ଶିକାର କରାଇବା, ଅଭିଭାବକ ଓ ଶିକ୍ଷକମାନଙ୍କୁ ପିଲାମାନଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ, ଚାକିରୀ ଆଶାୟୀ ଯୁବ ପିଢି ଙ୍କୁ ନକଲି ନିଯୁକ୍ତି ଯାଚିବା, ନକଲି ବ୍ୟାଙ୍କ ଆକାଉଣ୍ଟ ଓ ସିମ ବିକ୍ରି, ଫ୍ରଡ଼ ନିବେଶ ପାଇଁ ପ୍ରବର୍ତ୍ତାଇବା, ଭୟ ଦେଖାଇ ଯୌନ ଶୋଷଣ କରିବା, ମହିଳା ଓ କିଶୋରୀ ମାନଙ୍କୁ ନକଲି କଲ୍ ଜରିଆରେ ଯୌନ ଶୋଷଣ,ସ୍ମାର୍ଟ ଫୋନ ବ୍ୟବହାର କାରି ଲୋକଙ୍କୁ ୟୂପିଆଇ, ଓଟିପିର ସଠିକ ଉପଯୋଗ, ଫେକ କଲ୍ ବାବଦରେ ଜ୍ଞାନ ଦେବା, ବରିଷ୍ଠ ନାଗରିକ ମାନଙ୍କୁ ନିରାପଦ ବ୍ୟାକିଙ୍ଗ କାରବାର ଓ ଆର୍ଥିକ ଠକେଇରୁ ବର୍ତ୍ତିବା ପାଇଁ ସତର୍କ କରିବା, ସ୍ବୟଂ ସହାୟକ ଗୋଷ୍ଠୀକୁ ସମୂହ ଡିଜିଟାଲ ଫେକ ଋଣ, ନକଲି ପୁଞ୍ଜି ନିବେଶ ବାବଦରେ ଏବଂ ବ୍ୟବସାୟୀ ଓ ବୃତ୍ତିଧାରୀଙ୍କୁ ଡାଟା ସିକୁରିଟି, ବୃତ୍ତିଗତ ଶୋଷଣରୁ ସୁରକ୍ଷା, ଡିଜିଟାଲ ପେମେଣ୍ଟରେ ସତର୍କତା ଇତ୍ୟାଦି ସମ୍ବନ୍ଧରେ ସଚେତନ କରଯାଇଛି ।

ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ମହିଳା,ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ମହିଳା ସୁରକ୍ଷା ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସାରଳା ପତ୍ର ପରିଚାଳନା କରିଥିଲେ।

Related posts

ବଢୁଛି ମହିଳାଙ୍କ ପ୍ରତି ହିଂସା

mahabharatanews

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews

ପ୍ରବାସୀ ଶ୍ରମିକଙ୍କ ଅଧ ରାସ୍ତାରେ ମୃତ୍ୟୁ

mahabharatanews