ବଣାଇ ଉପଖଣ୍ଡ କୋଇଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଯୁଗ୍ମ ଜନଶୁଣାଣୀ କରିଛନ୍ତି l ଉକ୍ତ କର୍ଯ୍ୟକ୍ରମରେ ୮୦ ଗୋଟି ଅଭିଯୋଗ ପଞ୍ଜିକୣତ ହେଇଥିଲା ବେଳେ ସେଥିମଧ୍ୟରୁ ୧୦ ଗୋଟି ଅଭିଯୋଗ ବ୍ୟକ୍ତିଗତରହିଥିଲା ଓ ସାମୁହିକ ଭାବେ ୭୦ ଗେlଟି ଅଭିଯୋଗ ହୋଇଥିଲା । ସାମୁହିକ ଅଭିଯୋଗ ମଧ୍ୟରେ ରାସ୍ତା,ପାନୀୟ ଜଳ, ଖଣି ସମସ୍ୟା , ଖେଳ ପଡିଆ ଉନ୍ନତି କରଣ , ଶିକ୍ଷା ଭଳି ବିଭିନ୍ନ ଅଭିଯୋଗ ମାନ ରହିଥିଲା ।
ଏହି କାର୍ଯ୍ୟକ୍ରମରେ ଜଣକୁ ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ରାଉରକେଲା ଏସ. ପି. ନୀତିସ ଓ୍ବlଧାନୀ, ବଣାଇ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସ, ପି. ଏ.ଆଇ. ଟି. ଡି. ଏ ସ୍ବଦୀପ ଟପେlଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।
