ମନୋରଞ୍ଜନ

ଅନୁଭବ-ବର୍ଷା ମାମଲା : ୩୦ରେ ପରବର୍ତ୍ତୀ ଶୁଣାଣି 

(କଟକ) : ତୁଟୁନି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା । ଅନୁଭବଙ୍କ ବିରୋଧରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ଅଭିଯୋଗ ଆଣି ଦାୟର କରିଥିବା ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ବର୍ଷାଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଅଦାଲତ ଏଥି ପାଇଁ ଅନୁମତି ଦେବା ସହିତ ଅକ୍ଟୋବର ୩୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ବର୍ଷାଙ୍କୁ ଜେରା କରାଯିବ।

ସୂଚନାନୁଯାୟୀ , ସଦର ଏସଡିଜେଏମ୍ ଅଦାଲତରେ ମାମଲାର ଶୁଣାଣି ସମୟରେ ବର୍ଷା ଅନୁପସ୍ଥିତ ଥିବା ବେଳେ ଅନୁଭବ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ଥିଲେ। ପୂର୍ବରୁ ଜେରା ଅସଂପୂର୍ଣ୍ଣ ଥିବା ବେଳେ ପରବର୍ତ୍ତୀ ଶୁଣାଣି ସମୟରେ ବର୍ଷାଙ୍କୁ ଜେରା କରାଯିବ।

 

 

Related posts

 ୨୦୦ କୋଟି କଲେକ୍ସନ କଲା ‘ପୋନିୟିନ୍ ସେଲଭାନ୍ ୨’

mahabharatanews

ଗଦର-୨’ପାଇଁ ବିବାଦୀୟ ବୟାନଦେଇ ଚର୍ଚ୍ଚାରେ କମାଲ ଆର୍ ଖାନ୍ 

mahabharatanews

ଅକ୍ଟୋବରରେ ବିବାହ କରିବେ ରାଘବ -ପରିଣୀତି !

mahabharatanews