ଓଡିଶା

ଏନଏସସିଏଚ ମେଡ଼ିକଲାରେ ସିଏମ୍‌ଏସ୍ ଭାର ନେଲେ ଡାକ୍ତର ମନୋଜ ବେହେରା

(କଣିହାଁ /ଜ୍ୟୋତି ରଞ୍ଜନ ଧର ): ଅନୁଗୋଳ ଜିଲ୍ଲା ତାଳଚେର ଡ଼େରା ସ୍ଥିତ ନେହେରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ (ସିଏମ୍‌ଏସ୍‌) ଭାବେ ଡାକ୍ତର ମନୋଜ କୁମାର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ଡାକ୍ତର ବେହେରା ପୂର୍ବରୁ ଉକ୍ତ ଡାକ୍ତରଖାନାରେ ଶଲ୍ୟ ଚିକିତ୍ସକ ବିଭାଗର ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ୟ୍ୟ ତୁଲାଇ ଆସୁଥିଲେ । ଡାକ୍ତର ବେହେରାଙ୍କୁ ଏମ୍‌ସିଏଲ୍ ପକ୍ଷରୁ ନୂତନ ସିଏମ୍‌ଏସ୍ ଭାବେ ଦାୟିତ୍ୱ ଦିଆଯିବା ପରେ ଡାକ୍ତର, କର୍ମଚାରୀ ଏବଂ ଷ୍ଟାଫ୍ ମାନେ ଆଜି ତାଙ୍କୁ ସିଏମ୍‌ଏସ୍‌ କାର୍ୟ୍ୟାଳୟରେ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଜଣେ କର୍ମଠ, ନିସ୍ଵାର୍ଥପର ସଫଳ ଶଲ୍ୟ ଚିକିତ୍ସକ ଭାବେ ଡାକ୍ତର ବେହେରା ସମଗ୍ର ଅନୁଗୋଳ ଜିଲ୍ଲା ତଥା ତାଳଚେର ଅଞ୍ଚଳରେ ବେଶ ପରିଚିତ । ବର୍ତ୍ତମାନ କୋଭିଡ୍‌-୧୯କୁ କିପରି ପ୍ରତିହତ କରାଯିବ ସେଥିପ୍ରତି ଡାକ୍ତର ବେହେରା ଅଧିକ ଯତ୍ନବାନ ହୋଇ ଦକ୍ଷତାର ସହ ନିଜର କର୍ତବ୍ୟ ତୁଲାଇ ପାରିବେ ବୋଲି ମେଡିକାଲର ସମସ୍ତ କର୍ମଚାରୀ ତଥା ଅଞ୍ଚଳରେ ଆଶା ପ୍ରକଟ କରାଯାଇଛି ।

Related posts

ରାଜ୍ୟରେ ସୁସ୍ଥ ହେଲେ ୭୩

mahabharatanews

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନାବାଳକ ମୃତ

mahabharatanews

ଗୁଣିଗାରେଡି ସନ୍ଦେହରୁ ୨ ପରିବାର ବାସହରା

mahabharatanews