ଓଡିଶା

ନାଳରୁ ଶିଶୁକନ୍ୟା ଉଦ୍ଧାର

(ମହାଭାରତ, ପଦ୍ମପୁର): ବରଗଡ ଜିଲ୍ଲା ପଦ୍ମପୁରର ଶାସ୍ତ୍ରୀ ଛକ ନିକଟରେ ଥିବା ନାଳରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଦାର କରାଯାଇଛି । ଭୋର ୫ଟା ବେଳେ ଏହି ରାସ୍ତା ଦେଇ ଜଣେ ବ୍ୟକ୍ତି ଶୌଚ ପାଇଁ ଯାଉଥିଲେ । ଏହି ସମୟରେ ଶିଶୁଟିର କାନ୍ଦ ଶୁଣି ଚାରିଆଡେ ଖୋଜାଖୋଜି କରିଥିଲେ । ଏକ ପ୍ଲାଷ୍ଟିକ ବସ୍ତାରେ କାଦୁଅରେ ଜୁଜୁବୁଡୁ ଥିବା ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ବାସିନ୍ଦାଙ୍କୁ ଖବର ଦେଇଥିଲେ । ପଦ୍ମପୁର ଡାକ୍ତରଖାନାରେ ଶିଶୁକୁ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ଜଣାଯାଇଛି ।

Related posts

ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ

mahabharatanews

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଯେଉଁ ମାନଙ୍କ ଗାଡି କାଗଜ ପତ୍ର ଠିକ୍ ଥିବ ସେମାନଙ୍କ ଗାଡି ପାଇଁ ସରକାର ଯୋଗଇବେ ଗ୍ରୀନ୍ ଷ୍ଟିକର୍

mahabharatanews