ଅପରାଧ

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଦୁଇ ଭାଇଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେବା ପରେ ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ପ୍ରାଣ ହରାଇଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁଇ ଭାଇ (ଶରତ ଓ ଦେବରାମ)ଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡ ଭାଇ ଶରତ ସାନ ଭାଇ ଦେବରାମକୁ ଟାଙ୍ଗିଆରେ ଏକାଧିକବାର ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦେବରାମ ପ୍ରାଣ ହରାଇଥିଲେ । ସାନଭାଇର ମୃତ୍ୟୁ ହୋଇଥିବା ଜାଣି ପାରି ବଡ ଭାଇ ଶରତ ସେଠାରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ କଣ୍ଟାବାଞ୍ଜୀ ଡାକ୍ତରଖାନାରେ ଦେବରାମଙ୍କୁ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ କେଉଁ କଥାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଲା ତାହା ଏଯାଏ ଜଣାପଡି ନାହିଁ ।

Related posts

ହରିଣକୁ ପିଟିପିଟି ମାରିଦେଲେ ଗ୍ରାମବାସୀ , ଅସୁରକ୍ଷିତରେ ଶିମିଳିପାଳ ହରିଣ

mahabharatanews

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

mahabharatanews

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ

mahabharatanews