ଓଡିଶା

ପୁଣି ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ବାତିଲ

ଭୁବନେଶ୍ଵର: ଗତକାଲି ପରିବହନ କମିସନର ଘୋଷଣା କରିଥିଲେ ଆଜିଠାରୁ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ ବୁକିଂ ହେଵ । କିନ୍ତୁ ଆଜି ଏହାକୁ ପୁଣି ବାତିଲ କରାଯାଇଛି । ଏନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କେବେ ପୁଣି ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ସ୍ଲଟ ବୁକିଂ କରାଯିବ, ସେନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସାନି ବିଜ୍ଞପ୍ତି ଜାରି କରାଯିବ ବୋଲି ଆଜି ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ କୁହାଯାଇଛି।
ଏଥିସହିତ ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୧୮.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ ଶେଷ ହେଉଛି, ସେମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୩୦.୦୯.୨୦୨୦ ପର୍ୟ୍ୟନ୍ତ କାଏମ ରହିବ । ଯଦି କେହି ଆଜି ଟଙ୍କା ଦେଇ ସ୍ଲଟ ବୁକିଂ କରିଥାନ୍ତି ତେବେ ତାହା ପରବର୍ତ୍ତୀ ସ୍ଲଟ ବୁକିଂ ତାରିଖ ବାହାରିବା ପର୍ୟ୍ୟନ୍ତ ବୈଧ ରହିବ । ଏହା ସହ ସ୍ଲଟ ବୁକିଂ ବାତିଲ ସମ୍ପର୍କିତ କୌଣସି ପ୍ରକାରର ସୂଚନା ନେବା ପାଇଁ ଆରଟିଓ ଅଫିସ ନ ଆସିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Related posts

ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

mahabharatanews

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

mahabharatanews

ବାଲେଶ୍ୱର ସଦର ବିଧାନ କ୍ଷେତ୍ର କିଏ ଦଖଲ କରିବ ?

mahabharatanews