ଓଡିଶା

ମାଓବାଦୀଙ୍କ ଗତିବିଧି ଏବଂ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବ ଡ୍ରୋନ

କେରାପୁଟ: ମାଓବାଦୀଙ୍କ ଗତିବିଧି ଏବଂ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବ ଡ୍ରୋନ ।କୋରାପୁଟରେ ମାଓ ସମୀକ୍ଷା ପରେ ପୁଲିସ୍ ଡିଜି ସୁନୀଲ ବଂଶଲ ଆଜି ଏହି ସୂଚନା ଦେଇଛନ୍ତି। ଡ୍ରୋନ ସହଯୋଗରେ ଜିଲ୍ଲାରେ ରହିଥିବା ମାଓ ଗତିବିଧି କୁ ନିୟନ୍ତ୍ରଣ କରାଯିବ। ଏଥିପାଇଁ ଜିଲ୍ଲାରେ ୬ଟି ଡ୍ରୋନକୁ ସାମିଲ କରାଯିବ । ଆଜି ନକ୍ସଲ ପ୍ରବଣ କୋରାପୁଟ ଗସ୍ତରେ ଯାଇଥିଲେ ରାଜ୍ୟ ପୁଲିସ୍ ଡିଜି ସୁନୀଲ ବଂଶଲ୍। ସୁନାବେଡା ହାଲ୍ ହ୍ୟାଲିପେଡ୍ରେ ଡିଜିଙ୍କ ହେଲିକପ୍ଟର ଅବତରଣ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହା ପରେ ଡିଜି ଆୟୋଜିତ ମାଓ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ସେଥିପାଇଁ ପୁଲିସ୍ ବିଭାଗରେ ସାମିଲ ହେବ ୬ଟି ଉଚ୍ଚ ଧରଣର ଡ୍ରୋନ୍। ମାଓବାଦୀଙ୍କ ଦ୍ବାରା ହିଂସା କାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ପୁଲିସ ଡ଼ିଜି । ସାଧାରଣ ଲୋକଙ୍କ ଧନ ଜୀବନକୁ କ୍ଷତି ପହଂଚାଇବା କାହାରି ଅଧିକାର ନାହିଁ ବୋଲି କହିଛନ୍ତି। ସେ ହିଂସାର ପଥ ଛାଡି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ କରିଛନ୍ତି। ଆଇନ ଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରାଗଲେ ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ମାଓବାଦୀକୁ କଡା ସନ୍ଦେଶ ଦେଇଛନ୍ତି। ବୈଠକରେ ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ‘ଘର ୱାପସି’ ଓ ଅପରେସନ ‘ଖୋଜ’କୁ ତ୍ୱରାନ୍ୱିତ କରିବା ପାଇଁ ଡିଜି ପରାମର୍ଶ ଦେଇଥିଲେ। ଆନ୍ଧ୍ରା ଓ ଛତିଶଗଡ଼ ସୀମା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାରେ ମାଓ ଚଳ ପ୍ରଚଳ ରହିଛି। ନକ୍ସଲ ଦମନ ପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରି କାର୍ୟ୍ୟ କରିବାକୁ ଡିଜି ପରାମର୍ଶ ଦେଇଥିବା କୋରାପୁଟ ଏସ୍ପି ଅଭିନବ ସୋନକର କହିଛନ୍ତି।

Related posts

କୃଷି ଋଣ ଠକେଇ: ୫୦ରୁ ଉର୍ଦ୍ଧ୍ୱ ଅ।ଦିବାସୀ ରାଇରଙ୍ଗପୁର ଟାଉନଥାନା ଦ୍ୱାରସ୍ଥ

mahabharatanews

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

mahabharatanews

ଓଏଲଏମ ମଞ୍ଚ ପକ୍ଷରୁ ସାତଶଙ୍ଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

mahabharatanews