ଅପରାଧ

ଦିନ ଦି ପହରେ ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ(ମହାଭାରତ): ଫୁଳବାଣୀ ସହରରେ ପୁଣି ମାତିଛନ୍ତି ଲୁଟେରା । ସ୍ପଷ୍ଟ ଦିବାଳୋକରେ ଲୁଟିବାରେ ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଫୁଲବାଣୀ ସହର ଢିପାସାହିର ଲକ୍ଷ୍ମୀ ସାହୁଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ବ୍ୟାଙ୍କରୁ ଟଙ୍କା ଉଠାଇ ଦିଅରଙ୍କ ସହିତ ଫେରୁଥିବା ବେଳେ ଏକ ପଲସର ବାଇକ ଯୋଗେ ଦୁଇ ଦୁର୍ବୃତ୍ତ ସେମାନଙ୍କ ପିଛା କରିଥିଲେ । ଏହାପରେ ମାଷ୍ଟରପଡା ପାରିଜାତ କଲ୍ୟାଣ ମଣ୍ଡପ ନିକଟରେ ମହିଳାଙ୍କ ପାଖରୁ ଦୁଇ ଲକ୍ଷ ଟଙ୍କା ଛଡାଇ ନେଇଛନ୍ତି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସହରରେ ଦିନକୁ ଦିନ ଚୋରି, ଡକାୟତି ଏବଂ ଲୁଟ ଭଳି ଅପରାଧ ବଢୁଥିବାରୁ ପୋଲିସର ପାରିବା ପଣିଆ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related posts

ସୁନା ପାଇଁ ଘରମାଲିକଙ୍କୁ ହତ୍ୟା କଲା ଭଡାଟିଆ

mahabharatanews

ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ

mahabharatanews

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews