ବିଶ୍ୱ

ଆର୍ଥ ଆୱାର: ଦେଶକୁ ବିଦ୍ୟୁତ ସଙ୍କଟରୁ ମୁକ୍ତି ଦେବ ୬୦ ମିନିଟ୍ ଅନ୍ଧକାର

ନୂଆଦିଲ୍ଲୀ: ଏକ ଛୋଟ ପଦକ୍ଷେପ କିପରି ବଡ ପରିବର୍ତ୍ତନ ଆଣିପାରେ ତାହାର ଏକ ଉଦାହରଣ ହେଉଛି ଆର୍ଥ ଆୱାର | ଆଜି ବିଶ୍ଵର ୧୯୦ ରୁ ଅଧିକ ଦେଶ ଅନ୍ଧକାରରେ ୬୦ ମିନିଟ୍ ବିତାଇବେ, ଯାହାଫଳରେ ପୃଥିବୀର ଭବିଷ୍ୟତ ଆଲୋକିତ ହୋଇପାରିବ | ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର (WWF)ଙ୍କ ନେତୃତ୍ୱରେ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରରେ ଆର୍ଥ ଆୱାର ପାଳନ କରାଯାଏ | ଏହି ସମୟରେ, ଲୋକମାନେ ଘର ଏବଂ କାର୍ଯ୍ୟାଳୟର ଅନାବଶ୍ୟକ ଆଲୋକକୁ ଏକ ଘଣ୍ଟା (ରାତି ୮.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ) ବନ୍ଦ କରନ୍ତି |

ଆର୍ଥ ଆୱାର ହେଉଛି WWF (ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର/ ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ଫଣ୍ଡ) ଦ୍ୱାରା ସୃଷ୍ଟି ହୋଇଥିବା ଏକ ବାର୍ଷିକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ | ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । ୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି ।

Related posts

ବହୁଦେଶୀୟ ସମରାଭ୍ୟାସରେ ଭାଗ ନେବେ ଭାରତୀୟ ମହିଳା

mahabharatanews

ତାଲିବାନରେ ସମ୍ପର୍କୀୟ ପୁରୁଷଙ୍କ ବିନା ବିମାନରେ ଯାତ୍ରା କରି ପାରିବେ ନାହିଁ ମହିଳା

mahabharatanews

ଅଙ୍କଲ ଡାକି ନିଲମ୍ବିତ ହେଲେ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

mahabharatanews

Leave a Comment