ବିଶ୍ୱ

ଭୁକମ୍ପ ଝଟକାରେ ଥରିଲା ଆମେରିକା, ସତର୍କ ସୂଚନା ଜାରି

(ଆମେରିକା) :  ଆମେରିକାର ଆଲାସ୍କା ଉପକୂଳରେ ଅନୁଭୂତ ହୋଇଛି ଏକ ଶକ୍ତିଶାଳୀ ଭୂମିକମ୍ପ । ତେବେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୩ ରହିଥିଲା। ଏହି ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହା ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ଭୂମିକମ୍ପ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ ,  ଅପରାହ୍ନରେ ଆଲାସ୍କାରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରାଯିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।  ଦୁଇ ସପ୍ତାହ ତଳେ ଆଲାସ୍କାର ଆଙ୍କୋରେଜରେ ସାମାନ୍ୟ ଭୂମିକମ୍ପ ହୋଇଥିଲା। ୟୁଏସଜିଏସ୍ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ସହରଠାରୁ ପ୍ରାୟ ୧୨ ମାଇଲ୍ ଦକ୍ଷିଣରେ ଥିଲା।

 

Related posts

ବଢୁଛି ହସ୍ପିଟାଲରେ ଭର୍ତ୍ତି ଶିଶୁଙ୍କ ସଂଖ୍ୟା

mahabharatanews

ଡେଙ୍ଗୁରେ ଆକ୍ରାନ୍ତ ପାକିସ୍ତାନ, ଭାରତରୁ ମଶାରୀ କିଣିବା ନେଇ ସୂଚନା

mahabharatanews

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍

mahabharatanews