ବିଶ୍ୱ

ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ପ୍ରଭାବିତ ଇଣ୍ତୋନେସିଆ

(ଇଣ୍ତୋନେସିଆ) : ଗତ ସପ୍ତାହରେ ନେପାଳରେ ଘଟିଥିବା ଭୂକମ୍ପ ୧୫୦ ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ ଗତକାଲି ଇଣ୍ତୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି । ବୁଧବାର ଦିନ ଇଣ୍ଡୋନେସିଆର ବାନ୍ଦା ସାଗରରେ 7.0 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ (USGS) ସୂଚନାଦେଇଛି । ବହୁତ କ୍ଷତି ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  “ଭୂକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। କିନ୍ତୁ ଏଠାକାର ଲୋକମାନେ ଭୟଭୀତ ହୋଇନଥିଲେ।” ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ ଅନୁଭୂତ ହୁଏ, ଯାହା ଜାପାନରୁ ଦକ୍ଷିଣ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ବ୍ୟାପିଥାଏ । ଗତ ବର୍ଷ ନଭେମ୍ବରରେ ଦେଶର ମୁଖ୍ୟ ଜାଭା ଦ୍ୱୀପପୁଞ୍ଜର ଜନବହୁଳ ପଶ୍ଚିମ ଜାଭା ପ୍ରଦେଶରେ ୫.୬  ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୬୦୨ ଜଣଙ୍କର ମୃତ୍ୟୁ ଘଟିଥିଲା।

Related posts

ବାଂଲାଦେଶରେ ହିଂସାକାଣ୍ଡ : କ୍ରିକେଟରଙ୍କ ଘରେ ନିଆଁ ଲଗେଇଦେଲ ବିକ୍ଷୋଭକାରୀ

mahabharatanews

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ : ୯୬ ବର୍ଷରେ ସ୍କଟଲ୍ୟାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ

mahabharatanews

ଚୀନରେ ପୁଣି ବଢିଲାଣି କରୋନା

mahabharatanews