ବିଶ୍ୱସ୍ୱାସ୍ଥ୍ୟ

ଚୀନରେ ପୁଣି ବଢିଲାଣି କରୋନା

ରିପୋଟର୍ସ ଟୁଡେ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏସବୁକୁ ନେଇ ପୁଣି ଉପରମୁହାଁ ହେଉଛି କରୋନା । ଓମିକ୍ରମ ଭାରିଆଣ୍ଟର ଭୟ ସବଳ ହେବାରେ ଲାଗିଛି । ଚୀନରୁ ଆସୁଥିବା ଖବରରୁ ଜଣାପଡିଛି ଓମିକ୍ରନ ଉପ ଭାରିଆଣ୍ଟ ସାମ୍ନାକୁ ଆସିଛି । କରୋନା ଭାଇରସ ସମ୍ପର୍କିତ ଭାରିଆଣ୍ଟରେ ଓମିକ୍ରନକୁ ବିପଦଜନକ ମନେ କରାଯାଉଛି ।

ଏବେ ଚୀନ୍ରେ ଓମିକ୍ରନର ୨ ନୂଆ ସବ ଭାରିଏଣ୍ଟ ବି.ଏଫ-ସେଭେନ ଓ ବି.ଏ.୫.୧.୭ ଚିହ୍ନଟ ହୋଇଛି। ଯାହା ଅତ୍ୟାଧିକ ସଂକ୍ରାମକ ବୋଲି କୁହାଯାଇଛି।କରୋନାକୁ ନେଇ ଚୀନ୍ କଡ଼ା ନୀତି ଅବଲମ୍ବନ କରୁଛି। ଏଣୁ ଚୀନ୍ ପୁଣି ଥରେ ନିଜ କୋଭିଡ ନୀତି ସହିତ ଲୋକଙ୍କୁ ଧୈର‌୍ୟ୍ୟ ଧରିବାକୁ ଆହ୍ୱାନ ଦେଇଛି। ଚୀନ୍ରେ ଅଗଷ୍ଟ ପରେ ନୂଆ କରୋନା ମାମଲା ଉଚ୍ଚତମ ସ୍ତରକୁ ପହଞ୍ଚିଛି।ତେବେ ବାହାରୁ ଇଣ୍ଡିଆକୁ ଆସୁଥିବା ଲୋକଙ୍କୁ ଭଲ ଭାବରେ ଚିହ୍ନଟ କରି ସଚେତନ ହେବା ଆବଶ୍ୟକ ହୋଇପଡୁଛି।

Related posts

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

mahabharatanews

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ ; ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ

mahabharatanews

ଆଫଗାନିସ୍ତାନରେ ୨ଟି ଭୂମିକମ୍ପ

mahabharatanews