ଭାରତ

“କେଜରିୱାଲଙ୍କୁ ଜୀବନ ନେବାକୁ ଏକ ଷଡଯନ୍ତ୍ର “:ଆତୀଶ

(ଦିଲ୍ଲୀ) : ଦିଲ୍ଲୀ ମଦ ନୀତି ଦୁର୍ନିତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାବି କରିଛି ଯେ ସେ ମଧୁମେହ ରୋଗରେ ପୀଡ଼ିତ ଏବଂ ଡାକ୍ତରୀ କାରଣରୁ ଜାମିନ ପାଇଁ ଜାଣିଶୁଣି ଘରେ ରନ୍ଧା ଖାଦ୍ୟ ଏବଂ ମିଠା ଖାଉଛନ୍ତି ।

ସୂଚନା ଅନୁସାରେ, ଆଉ ଏଭଳି ସମୟରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ଦିଲ୍ଲି ସରକାରରେ ମନ୍ତ୍ରୀ ଥିବା ଆତୀଶ । ଆତୀଶ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଖାଦ୍ୟ ସମ୍ପର୍କରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ମିଛ କହିଛନ୍ତି କେଜରିୱାଲ ଚିନି ସହିତ ଚା ପିଇବା ଏବଂ ଜେଲରେ ମିଠା ଖାଉଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଅଭିଯୋଗ କରିଛନ୍ତି ଯେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି । ସେ ଦାବି କରି କହିଛନ୍ତି ଯେ ନିର୍ବାଚନରେ ବିଜେପି ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିପାରିବ ନାହିଁ, ତେଣୁ ତାଙ୍କ ଜୀବନ ନେବାକୁ ଏକ ଷଡଯନ୍ତ୍ର ରଚିଛି ।

Related posts

ବିଜେପିରେ ଯୋଗଦେବା କଥାକୁ ଖଣ୍ଡନ କଲେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ

mahabharatanews

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେଲେ ଅଖିଳେଶ 

mahabharatanews

ଆଜି ୫ରାଜ୍ୟର ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା 

mahabharatanews