(ମୁମ୍ବାଇ) : ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ଇଡିର ନୋଟିସ । କମ୍ପାନୀ ବ୍ୟାଙ୍କ ଏବଂ ନିବେଶକଙ୍କ ଠାରୁ ପ୍ରାୟ ୩୦ କୋଟି ଟଙ୍କା ଆୟ କରି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଗୌରୀ ଖାନଙ୍କୁ ମଧ୍ୟ ଯାଞ୍ଚ କରାଯିବ । ଗୌରୀ ଖାନ୍ ରିଅଲ୍ ଇଷ୍ଟେଟ୍ କମ୍ପାନୀ ତୁଲସିଆନି ଗ୍ରୁପ୍ ର ବ୍ରାଣ୍ଡ ଆମ୍ବାସାଡର ।
ସୂଚନାନୁଯାୟୀ , ଶାହାରୁଖ ଖାନଙ୍କ ପତ୍ନୀ, ପ୍ରସିଦ୍ଧ ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନଙ୍କୁ 2015 ମସିହାରେ ଲକ୍ଷ୍ନୌର ରିଅଲ ଇଷ୍ଟେଟ କମ୍ପାନୀ ତୁଲସିଆନି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା। ତୁଲସାନି ଗ୍ରୁପ୍ ବିରୋଧରେ ପଞ୍ଜୀକୃତ ହୋଇଥିବା ଠକେଇ ମାମଲାରେ ଗୌରୀ ଖାନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । ଏହି ପ୍ରୋଜେକ୍ଟରେ ମୁମ୍ବାଇର ଜଣେ ବ୍ୟକ୍ତି 2015 ମସିହାରେ ଏକ ଫ୍ଲାଟ କିଣିଥିଲେ, ଯାହାର ମୂଲ୍ୟ ୮୫ଲକ୍ଷ ଟଙ୍କା ଥିଲା । ବ୍ୟକ୍ତି ଜଣକ କହିଛନ୍ତି ଯେ ଟଙ୍କା ଦେବା ପରେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଫ୍ଲାଟ ପାଇନାହାଁନ୍ତି। ଗୌରୀ ଖାନଙ୍କ ବିରୋଧରେ ଠକେଇ ମାମଲା ଏହି ମାମଲାରେ ଉକ୍ତ ବ୍ୟକ୍ତି ତୁଲସିଆନି ଗ୍ରୁପ ଏବଂ ଗୌରୀ ଖାନଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଥିଲେ।