(ଝାଡ଼ଖଣ୍ତ) :ଝାଡ଼ଖଣ୍ତ ମୁ୍ଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପୁଣି ପହଞ୍ଚିଲା ଇଡି ଟିମ୍ । ମନି ଲଣ୍ତରିଂ ମାମଲାରେ ଏଥର ଝାଡ଼ଖଣ୍ତ ମୁ୍ଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚି ପଚରାଉଚରା କରୁଥଛି ଇଡି । ୯ଥର ସମନ ସତ୍ତ୍ୱେ ଇଡିରେ ହାଜର ହୋଇ ନଥିଲେ ହେମନ୍ତ ।
ସୂଚନାନୁଯାୟୀ , ଏହାପୂର୍ବରୁ ଜାନୁଆରୀ ୨୦ରେ କେନ୍ଦ୍ରୀୟ ଏଜେନ୍ସି ଇଡି ଅର୍ଥ ହେରଫେର ମାମଲାରେ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିବୃତ୍ତି ରେକର୍ଡ କରିଥିଲା । ଏହା ପରେ ମଧ୍ୟ ପଚରାଉଚରା ଶେଷ ହୋଇ ନ ଥିବାରୁ ତାଜା ସମନ ଜାରି କରାଯାଇଥିଲା । ଏଜେନ୍ସି ଅନୁଯାୟୀ,ଝାଡଖଣ୍ଡର ମାଫିଆଙ୍କ ଦ୍ୱାରା ଜମି ମାଲିକାନାରେ ବେଆଇନ ପରିବର୍ତ୍ତନ ହୋଇଛି ଯାହା ସମ୍ପର୍କ ମୁଖ୍ୟମନ୍ତ୍ରୀଙ୍କ ସହି ରହିଛି । ମୁଖ୍ୟମନ୍ତ୍ରୀ ଦାନ କଲେ ନିଜର ପୈତୃକ ଘର ଜାନୁୟାରୀ ୨୭ ରୁ ୩୧ ମଧ୍ୟରେ ପଚରାଉଚରା ପାଇଁ ଏକ ସମୟ ଏବଂ ସ୍ଥାନ ସ୍ଥିର କରି ଝାଡଖଣ୍ତ ମୁଖ୍ୟମନ୍ତ୍ରୀଙ୍କୁ ୨୫ ଜାନୁୟାରୀ ୨୦୨୪ ସୁଦ୍ଧା ଏଜେନ୍ସିକୁ ଜଣାଇବାକୁ ଇଡି ପକ୍ଷରୁ ଜାନୁଆରୀ ୨୨ରେ ଏକ ସମନ ଜାରି କରାଯାଇଥିଲା ।