(ଭୂବନେଶ୍ୱର):ରାତି ପାହିଲେ ରଥଯାତ୍ରା । ଚଳିତ ବର୍ଷ ପୁରୀରେ ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରାର ଆୟୋଜନ ପାଇଁ ସୁପ୍ରିମକୋର୍ଟ କେତେକ ସର୍ତ୍ତ ସହିତ ଅନୁମତି ପ୍ରଦାନ କରିଥିବା ବେଳେ ଏଭଳି ନ ହେବା ପାଇଁ ଅପିଲ କରିଥିବା ଆବେଦନକାରୀ ସୁଶାନ୍ତ ପାଢିଙ୍କ ଘର ଉପରକୁ ଅଣ୍ଡାମାଡ ହୋଇଛି । ପ୍ରାୟ ୧୫ରୁ ୨୦ ଲୋକ ବାଇକ୍ରେ ଆସି ସୁଶାନ୍ତଙ୍କ ଭୁବନେଶ୍ୱର ବମିଖାଲ ସାଇ ବିହାରସ୍ଥିତ ଘର ଉପରକୁ ଅଣ୍ଡା, ଟେକା ପଥର ମାଡ କରିଛନ୍ତି । ପୋଲିସ ଉପସ୍ଥିତି ସତ୍ତେ୍ୱ ବିକ୍ଷୋଭକାରୀ ସୁଶାନ୍ତଙ୍କ ଘର ନିକଟରେ ପହଞ୍ଚି ଅଣ୍ଡାମାଡ କରିଥିଲେ । ଏଥିରେ ସୁଶାନ୍ତଙ୍କ ଘର ସମ୍ମୁଖରେ ଥିବା ତାଙ୍କ କାରର କାଚ ଓ ଝରକା କାଚ ଭାଙ୍ଗିଯାଇଛି । ଏହାକୁ ବିରୋଧ କରିବାରୁ ପୋଲିସ ସହ ସେମାନଙ୍କର ଠେଲାପେଲା ହୋଇଥିଲା । ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଓ ସହିଦ ନଗର ପୋଲିସ, ଆଡିସିନାଲ ଡିସିପି ତନାଘନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୁରୀରେ ଚଳିତବର୍ଷ ରଥଯାତ୍ରା ନହେବାକୁ ନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଲକ୍ଷାଧିକ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ପହଞ୍ଚାଇଥିଲା । ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ଘଟଣାକୁ ଶ୍ରଦ୍ଧାଳୁମାନେ ସହଜରେ ହଜମ କରିପାରିନଥିଲେ ।
previous post
