ମନୋରଞ୍ଜନ

ବିବାହକୁ ନେଇ ମୁହଁ ଖୋଲିଲେ ଏକତା କପୁର

(ମୁମ୍ବାଇ) : ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନର ରାଣୀ କୁହାଯାଏ। ଏକତା କପୁର ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଯୋଜକ ଓ ନିର୍ଦେଶକ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  ।

ସୂଚନାନୁଯାୟୀ , ଅଭିନୟ ନ କରି ବି ସେ ଗତ ଦୁଇ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି। ଏକତା କପୁର ଟିଭି ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ସିରିଏଲ ଦେଇଛନ୍ତି, ଯାହା ଏବେବି ଲୋକଙ୍କ ହୃଦୟରେ ଘର କରି ରହିଛି  । ବିବାହ କରିନଥିବା ଏକତା ୨୦୧୯ ମସିହାରେ ସରୋଗେସି ମାଧ୍ୟମରେ ମା’ ହୋଇଥିଲେ । ଏକତା କପୁରଙ୍କ ନାମ ମଧ୍ୟ ସେହି ସେଲିବ୍ରିଟିମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ, ଯେଉଁମାନେ ୪୦ବର୍ଷ ବୟସ ପରେ ମଧ୍ୟ ଅବିବାହିତ ଅଛନ୍ତି  । ଏକତା ନିଜେ ଏକ ସାକ୍ଷାତକାର ସମୟରେ ପ୍ରକାଶ କରିଥିଲେ ଯେ ସେ ଏପର୍ଯ୍ୟନ୍ତ ବିବାହ କାହିଁକି କରିନାହାନ୍ତି ? ଯେତେବେଳେ ଏକତା କପୁରଙ୍କୁ ପଚରାଗଲା ସେ କେବେ ବିବାହ କରିବେ ? ଏହାର ଉତ୍ତରରେ ଏକତା କପୁର ହସି ହସି କହିଥିଲେ ଯେ, ସଲମାନ ଖାନଙ୍କ ବିବାହ ହେବାର ଦୁଇ ତିନି ବର୍ଷ ପରେ ସେ ବିବାହ କରିବେ ।

Related posts

କର୍କଟର ୪ର୍ଥ ଷ୍ଟେଜରେ ଜି‌ତେନ୍ଦ୍ର ଓ ସଚିନଙ୍କୁ ଭେଟିବାକୁ ଇଚ୍ଛା 

mahabharatanews

ତିରୁପତିରେ ବିବାହ କରିବେ ପ୍ରଭାସ

mahabharatanews

ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର ଏବଂ ଆଲିଆ

mahabharatanews