ମନୋରଞ୍ଜନ

ରିଲିଜ ହେଲା ଚଳଚ୍ଚିତ୍ର ‘Sam Bahadur’ର ଟିଜର

(ମୁମ୍ବାଇ) : ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘Sam Bahadur’କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ପ୍ରଶଂସକମାନେ ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ୧ .୨୬ ମିନିଟର ଏହି ଟିଜର ଖୁବ ଦମଦାର ।  ଜଣେ ସୈନିକଙ୍କ ପାଇଁ ତାଙ୍କ ସମ୍ମାନ ତାଙ୍କ ଜୀବନ ଅପେକ୍ଷା ଅଧିକ ମୂଲ୍ୟବାନ … ଏବଂ ଜଣେ ସୈନିକ ନିଜ ୟୁନିଫର୍ମ ସମ୍ମାନ ପାଇଁ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରିବା ପାଇଁ ପଛାଏ ନାହିଁ । ‘Sam Bahadur’ ଶକ୍ତିଶାଳୀ ଟିଜର ଏହି ସଂଳାପରୁ ଆରମ୍ଭ ହେଉଛି । ଟିଜର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related posts

ଝିଅ ସହ ରାମ୍ପୱାକ୍ କରି ଚର୍ଚ୍ଚାରେ କପିଲ 

mahabharatanews

ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା ସେଟ୍ଟୀ

mahabharatanews

ବଲିଉଡରେ ନଜର ଆସିବେ ଐଶ୍ୱର୍ଯ୍ୟା

mahabharatanews