(ଭୁବନେଶ୍ୱର) : ଆଜି ସରିବ ପ୍ରଚାର । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟ ଓ ଦେଶରେ ପ୍ରଚାରର ଶେଷ ଦିନ । ଜୁନ ୧ ତାରିଖରେ ପଡ଼ିବ ଭୋଟ୍। ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ଓ ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର ଶେଷ କରିବେ । ଜୁନ୍ ୧ ଭୋଟଗ୍ରହଣ ପାଇଁ ମଇ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଲାଗୁ ହେବ । ବିଜେଡି ସୁପ୍ରିମୋ ଆଜି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ ।
ସୂଚନାନୁଯାୟୀ , ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ । ସେହିପରି ବିଜେଡି ନେତା ଭିକେ ପାଣ୍ଡିଆନ ବାଲେଶ୍ୱରରେ ପ୍ରଚାର କରିବେ । ବିଜେପି ନେତା ଧର୍ମେନ୍ଦ୍ର୍ ପ୍ରଧାନ ଓ ଅନ୍ୟ ବରିଷ୍ଠ ବିଜେପି ନେତା ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଶେଷ ଦିନରେ ମାରାଥନ ପ୍ରଚାର ପାଇଁ ସବୁ ଦଳ ଯୋଜନା କରିଛନ୍ତି । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ ।