ଓଡିଶା

ବାଣ ଦୁର୍ଘଟଣା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପ୍ରକାଶ

(ଭୁବନେଶ୍ୱର) : ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପ୍ରକାଶ କରିଛନ୍ତି ।
ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଚନ୍ଦନ ଯାତ୍ରା ସମୟ ରେ ନରେନ୍ଦ୍ର ପୁଷ୍କରିଣୀ ଦେବୀଘାଟ ରେ ଘଟିଥିବା ଦୁର୍ଭାଗ୍ୟ ଜନକ । ବାଣ ଦୁର୍ଘଟଣା ରେ ବହୁ ଲୋକ ଆହତ ହେବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ CMRF ରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

କ୍ୱାରାଣ୍ଟାଇନ୍ ସେଣ୍ଟରରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ଵ

mahabharatanews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews

କରୋନା କଟକଣାକୁ ଅବମାନନା: ଶୁଦ୍ଧ କ୍ରିୟାରେ ୫୦୦ ଲୋକଙ୍କ ସମାଗମ

mahabharatanews