ଭାରତରାଜନୀତି

ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ପାରନ୍ତି

ବିହାର:- ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିବେ ଭାରତୀୟ ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଦିଲ୍ଲୀରେ ସାମ୍ବାଦିନ ସମ୍ମିଳନୀ କରିବେ । ନିର୍ବାଚନ ତାରିଖ ଘୋଷଣା ସହିତ କେତେଟି ପର୍ଯ୍ୟାୟରେ ନିର୍ବାଚନ ହେବ ତାହା ମଧ୍ୟ ସ୍ପଷ୍ଟ କରିବେ ।

Election Commission gave access to voter data, including photos, to a state  government and private companies

ବିହାରର ୨୪୩ଟି ବିଧାନସଭା ଆସନ ପାଇଁ ଅକ୍ଟୋବର-ନଭେମ୍ବର ୨୦୨୫ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଚରଣ ବିଧି ଲାଗୁ ହେବ ଏବଂ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏହି ନିର୍ବାଚନରେ ନିର୍ବାଚନ ଆୟୋଗ ପକ୍ଷରୁ ଆପଣାଯାଇଥିବା ୧୭ଟି ନୂଆ ନିର୍ବାଚନ ସଂସ୍କାରକୁ କାର୍ଯ୍ୟକାରୀ କରାଯିବ । ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ରବିବାର ପାଟନାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ବିହାରରେ ଯେଉଁ ସଂସ୍କାର କାର୍ଯ୍ୟକାରୀ ହେବ ତାକୁ ଆଗାମି ଦିନରେ ସାରା ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି ସିଇସି କହିଥିଲେ ।

Election Commission of India | Hand-holding Indian democracy - The Hindu

Related posts

ଦିଲ୍ଲୀରେ ଜେଏନ୍‌.୧ର ୨୪ଟି ମାମଲା

mahabharatanews

ଜଗଦୀପ ଧନଖଡ଼ ଦାଖଲ କଲେ ନାମାଙ୍କନ ପତ୍ର

mahabharatanews

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସରକାରକୁ ବଦନାମ କରିବାକୁ କୃତିମ ଅଭାବ ସୃଷ୍ଟି

mahabharatanews