(ମହାଭାରତ/ବେତନଟୀ): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଚାଷୀ ଜଣକ ବେତନଟୀ ଥାନା ଅଧିନ କାଠପାଳ ଗାଁର ୬୨ ବର୍ଷିୟ ଭାସ୍କର ମହାନ୍ତ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଚାଷୀ ଜଣକ ନିଜ ଜମି ଆଡକୁ ଯାଉଥିବା ବେଳେ ବାଟରେ ଛିଣ୍ଡି ପଡିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାକୁ ନେଇ କାଠପାଳ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ଏଠାରେ ବାରମ୍ବାର ବିଦ୍ୟୁତ ଦୂର୍ଘଟଣା ଘଟି ଲୋକେ ମୃତ୍ୟୁ ମୁଖରେ ପଡୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ତାର ଲାଗି ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।
previous post