ଓଡିଶା

୧୧ କେଭି ତାର ଲାଗି ଚାଷୀ ମୃତ

(ମହାଭାରତ/ବେତନଟୀ): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଚାଷୀ ଜଣକ ବେତନଟୀ ଥାନା ଅଧିନ କାଠପାଳ ଗାଁର ୬୨ ବର୍ଷିୟ ଭାସ୍କର ମହାନ୍ତ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଚାଷୀ ଜଣକ ନିଜ ଜମି ଆଡକୁ ଯାଉଥିବା ବେଳେ ବାଟରେ ଛିଣ୍ଡି ପଡିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାକୁ ନେଇ କାଠପାଳ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ଏଠାରେ ବାରମ୍ବାର ବିଦ୍ୟୁତ ଦୂର୍ଘଟଣା ଘଟି ଲୋକେ ମୃତ୍ୟୁ ମୁଖରେ ପଡୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ତାର ଲାଗି ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।

Related posts

ରାଜ୍ୟରେ କମିଛି କରୋନା ସଂକ୍ରମଣ : ୨୦୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

୨୧ ପର୍ଯ୍ୟନ୍ତ ପ୍ରବଳ ଖରା ,ରେକର୍ଡ ଭାଙ୍ଗିବ ତାପମାତ୍ରା

mahabharatanews

ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷିତ ରହିବ ତିନି ରଥ

mahabharatanews