ଓଡିଶା

ଟିପିଏସଏଲ କାରଖାନା ବିସ୍ଫୋରଣ ଘଟଣା: ଜଣେ ଶ୍ରମିକଙ୍କ ମୃତ୍ୟୁ

(ମହାଭାରତ, ଝାରସୁଗୁଡା): ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ସ୍ଥିତ ଟିପିଏସ୍ଏଲ୍ କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଆନନ୍ଦ ସାହୁ ବୋଲି ଜଣାପଡିଛି । ବିସ୍ଫୋରଣ ବେଳେ ସେ ଗୁରୁତର ହୋଇଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଘରୋଇ ଡାକ୍ରରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଭୋରରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ଟିପିଏସଏଲରେ ବିସ୍ଫୋରଣ ହୋଇଥିଲା । ଏଥିରେ ୭ ଜଣ ଶ୍ରମିକ ଆହତ ହୋଇଥିଲେ । ଆହତ ସମସ୍ତ ଶ୍ରମିକଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଜିଲ୍ଲାରେ ବର୍ଣ୍ଣ ୟୁନିଟ ନଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କାରଯାଇଥିଲା । ତେବେ ଆହତ ୬ ଶ୍ରମିକଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୪ ଜଣ ରାଉରକେଲା ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି ।

Related posts

ତ୍ରିରଙ୍ଗା ସ୍ୱେଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଧର୍ମଶାଳା ଥାନା ଅଧିକାରୀଙ୍କୁ ସମ୍ମାନିତ

mahabharatanews

ରାଜ୍ୟ ଶିଶୁ ଅଧିକାର ଆୟୋଗ କମିଶନଙ୍କୁ ଭେଟିଲେ ପିପିଲି ନିର୍ବାଚନ ମଣ୍ଡଳି ମହିଳା ମୋର୍ଚ୍ଚା

mahabharatanews

ଯୁବଶକ୍ତି ସମର୍ପିତ ଓଡି଼ଶା ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର

mahabharatanews