ଓଡିଶା

ହାତୀଙ୍କୁ ଦାଉ ସାଧୁଛି ମଣିଷ ନିଆଁ

(କରଞ୍ଜିଆ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ବାରମ୍ବାର ଜନବସତି ମୁହଁ ହେଉଛନ୍ତି ଏହି ହାତୀ ପାଲ ।  ତେବେ ହାତୀକୁ ଘଉଡାଇବା ପାଇଁ ନିଆଁ ହୁଳା ମାଡ଼ କରିଛି ଏଇ ସ୍ୱାର୍ଥପର ମଣିଷ । ହାତୀକୁ ନିଆଁ ହୁଳା ମାଡ଼ ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରଲ ହେବାରେ ଲାଗିଛି । ଭିଡିଓରେ ସ୍ପଷ୍ଟଦେଖା ଯାଉଛି ଜଣେ ଯୁବକ ହାତୀ ଉପରେ ନିଆଁ ହୁଳା ପକାଉଛନ୍ତି ଆଉ ହାତୀଟି ପ୍ରାଣ ବିକଳରେ ଦୌଡୁଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ।

ସୂଚନାନୁଯାୟୀ ,  କରଞ୍ଜିଆ ବନଖଣ୍ଡରେ ହାତୀପଲ ଉପଦ୍ରବ କରୁଛନ୍ତି । ଗତ ୨୬ ଦିନ ମଧ୍ୟରେ ୩୫ରୁ ଅଧିକ ଘର ଭାଙ୍ଗିଲେଣି । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ହାତୀ ଘଉଡାଇବା ପାଇଁ ଏପରି ପନ୍ଥା ଆପଣାଇଛନ୍ତି ।ସ୍ଥାନୀୟ ଅଞ୍ଚଳରେ ୨୨ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।  ନିଆଁ ମାଡ଼ ଭିଡ଼ିଓ ସାମ୍ନାକୁ ଆସିବା ପରେ ଏହା ଉପରେ ତଦନ୍ତ କରାଯିବ ବୋଲି କରଞ୍ଜିଆ DFO କହିଛନ୍ତି । ଏହା କେଉଁ ଅଞ୍ଚଳରେ ସେନେଇ ଖୋଳତାଡ଼ କରାଯାଉଛି।  ତେବେ ଏ ଭିଡିଓ କେବେକାର, କୋଉଁଠିକାର ସଠିକ୍ ଭାବରେ ଜଣା ପଡ଼ିନାହିଁ । କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ତେବେ ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Related posts

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ବଢୁଛି ଶୀତ ; ଉଦୟଗିରିରେ ସ‌ର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ 

mahabharatanews

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ

mahabharatanews