ଓଡିଶା

ମା’ ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଶେଷ, ହୁଣ୍ଡିରୁ ବାହାରିଲା କୋଟିଏ ଟଙ୍କା

ରାୟଗଡ଼ା: ମା’ ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଶେଷ ହୋଇଛି । ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ଦାନ ବାକ୍ସରୁ ମିଳିଛି । ଏହା ସହ ୫୩ ଗ୍ରାମ ସୁନା, ୨୩୯୨ ଗ୍ରାମ ରୁପା ଅଳଙ୍କାର ଓ ୩୩ଟି ବିଦେଶୀ ମୁଦ୍ରା ମିଳିଛି । ଗତ ୨୪ ତାରିଖ ଦିନ ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲାଯାଇଥିଲା ।୩ମାସ ପରେ ହୁଣ୍ଡି ଖୋଲିଥିବା ବେଳେ ଏଥିରୁ ବାହାରିଥିଲା ପୁଳା ପୁଳା ଟଙ୍କା । ୨୦୦ ମହିଳା  ଟଙ୍କା ଗଣତିରେ ଲାଗିଥିଲେ । ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଗଣତି କରାଯାଇଥିଲା ।

ପୋଲିସର କଡା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି  ଖୋଲାଯାଇ ଗଣତି କରାଯାଇଛି । ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା , ସେଚ୍ଛାସେବୀ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ଚଳିତ ଥର ୭୦ ରୁ ୮୦ ଲକ୍ଷ ଟଙ୍କା ମିଳିବ ବୋଲି ମନ୍ଦିର କମିଟି ଆଶା ରଖିଥିଲେ। ଗତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ୧୮ ତାରିଖ ଦିନ ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ୨ କେଜି ୩୦୦ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା ୬୬ଟା, ଅଚଳ ୨ହଜାର ଟଙ୍କା, ୫୦୦ ଟଙ୍କା ମିଳିଥିଲା । ଏହି ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯିବ । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ।

Related posts

ଶରତପାଳ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି

mahabharatanews

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews

୩୪ଟି ପୋଲିସ ଜିଲ୍ଲାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ

mahabharatanews