ଓଡିଶା

ଫସଲ ନଷ୍ଟ କରିଦେଲେ ଜଙ୍ଗଲି ହାତୀ

ଲାଞ୍ଜିଗଡ : ଗାଁରେ ଜଙ୍ଗଲି ହାତୀଙ୍କ ଉପଦ୍ରବ । ଚାଷ ଜମିରେ ପଶି ଫସଲ ନଷ୍ଟ କରିଦେଲେ ହାତୀ ପଲ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ କମଲେଇ ଗାଁରେ, ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ନିକଟସ୍ଥ ଫୁଲବାଣୀ ଜଙ୍ଗଲରେ ୧୫ ଟିକିଆ ହାତୀପଲ ରହିଥିବା ବେଳେ, ଗତ ରାତିରେ ଲାଞ୍ଜିଗଡ଼ ବ୍ଳକ ଲାଖବାହାଲି ପଞ୍ଚାୟତ କମଲେଇ ଗାଁର  ସୁଶାନ୍ତ ମାଝୀଙ୍କ ଧାନ ଫସଲକୁ ମାଡ଼ି ଚକଟି ନଷ୍ଟ କରି ଦେଇଛନ୍ତି। ଅଞ୍ଚଳରେ ହାତୀ ଉପଦ୍ରଵ ବଡୁଥିବା ବେଳେ, ଚିନ୍ତାରେ ଭାଙ୍ଗି ପଡିଛନ୍ତି ଚାଷୀ ।ଫୁଲବାଣୀ ଜଙ୍ଗଲରେ ୧୫ଟିକିଆ ହାତୀପଲ ରହିଥିବା ବେଳେ, ଅଞ୍ଚଳର ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏବେ ଯାଏଁ ବିଜେପୁର ବନବିଭାଗ ଘଟଣା ସ୍ଥଳରେ ପଞ୍ଚି ନ ଥିବାରୁ, ଅଞ୍ଚଳବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l

Related posts

ଗଞ୍ଜାମରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ 

mahabharatanews

୧୬ରୁ ପହିଲି ଭୋଗ ନୀତି, ୧୫ରେ ମକର ବେଶରେ ଦର୍ଶନ ଦେବେ ମହାପ୍ରଭୁ 

mahabharatanews

ରେଳ ଦୁର୍ଘଟଣା : ଜେଲ୍କୁ ଫେରିଲେ ୩ ଅଭିଯୁକ୍ତ 

mahabharatanews