ମନୋରଞ୍ଜନ

ପାର୍ଟିରେ ସାପ ବିଷ ଯୋଗାଉଥିଲେ ଏଲବିଶ୍ ଯାଦବ

(ମୁମ୍ବାଇ) :  ଚର୍ଚ୍ଚିତ ୟୁଟ୍ୟୁବର୍ ଏଲବିଶ୍ ଯାଦବ ଗଲେ ଜେଲ୍ । ତେବେ ଏଲଭିଶ୍ ଯାଦବଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ବର୍ତ୍ତମାନ ଓଟିଟି ବିଗ୍ ବସ ୱିନର୍ ସମସ୍ତ ଆରୋପକୁ ସ୍ୱିକାର କରିଛନ୍ତି । ଗତ ନଭେମ୍ବରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ଥିବା ଏଲଭିଶ ଯାଦବ ସ୍ୱୀକାର କରିଛନ୍ତି । ଏନେଇ ନୋଏଡା ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଏଲବିଶ୍ ସ୍ୱିକାର କରିଛନ୍ତି ଯେ, ସେ ପାର୍ଟିରେ ସାପ ଏବଂ ସାପ ବିଷକୁ ଅର୍ଡର କରୁଥିଲେ। ଏହାପୂର୍ବରୁ, ନଭେମ୍ବର ୭ରେ ମଧ୍ୟ ପୋଲିସ ତାଙ୍କୁ ପଚରାଉଚରା ପାଇଁ ରାତିରେ ସେକ୍ଟର -୨୦ ପୋଲିସ ଷ୍ଟେସନକୁ ଡାକିଥିଲା । ଏହି ସମୟରେ ପୋଲିସ ଏଲଭିଶ ଯାଦବଙ୍କୁ ସାପ ଏବଂ ସାପର ବିଷ ଚୋରା ଚାଲାଣ ତଥା ପାର୍ଟିରେ ବ୍ୟବହାର ସହ ଜଡିତ ଅନେକ ପ୍ରଶ୍ନ ପଚାରାଯାଇଥିଲା । ଏହି ପ୍ରଶ୍ନ ମାଧ୍ୟମରେ ପୋଲିସ ଏଲଭିଶ ଯାଦବଙ୍କଠାରୁ ସତ୍ୟ ବାହାର କରିବାକୁ ଚେଷ୍ଟା କରିଥିଲା । ଏଥର ମଧ୍ୟ ପଚରାଉଚରା ବେଳେ ଏଲଭିଶ ଯାଦବ ପ୍ରଶ୍ନର ଉତ୍ତର ଦେଇଥିଲେ କିନ୍ତୁ ଅଭିଯୋଗକୁ ଅସ୍ୱୀକାର କରି ଚାଲିଥିଲେ ।

Related posts

୫୬ ବର୍ଷରେ ପାଦ ଥାପିଲେ ଖିଲାଡି ବୟ, ଦର୍ଶକଙ୍କୁ ବଡ ଉପହାର

mahabharatanews

 ଗାୟିକା ବିଜୟ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର 

mahabharatanews

 ପ୍ରେକ୍ଷାଳୟରେ ଝଡ଼ ସୃଷ୍ଟି କରିଛି ଚଳଚ୍ଚିତ୍ର ‘ଯବାନ’

mahabharatanews