ଓଡିଶା

ସହିଦ ସପ୍ତାହ: ସୁରକ୍ଷା ବାହିନୀ ଗୁଳିରେ ଏକାଧିକ ନକ୍ସଲ ମୃତ୍ୟୁ

(ଛତିଶଗଡ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା  ।  ଛତିଶଗଡର ସୁକମା ଜିଲ୍ଲାରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୪  ରୁ ୬  ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚାନୁଯାୟୀ ,ଚିନ୍ତାଗୁପା ଜଙ୍ଗଲରେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଅନେକ ନକ୍ସଲ ନିହତ ହୋଇଛନ୍ତି । ସହିଦ  ସପ୍ତାହର ଦ୍ୱିତୀୟ ଦିନରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି । ସକାଳେ ନକ୍ସଲମାନେ ଚିନ୍ତାଗୁଫା ଅଞ୍ଚଳର କଣ୍ଡୱଲ ଗାଁର ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସୈନିକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ପାଲଟା ଯବାବରେ ସୁରକ୍ଷା ବାହିନୀ ଗୁଳି ଚଳାଇବା ଆରମ୍ଭ କରିଥିଲେ ।

 

 

 

Related posts

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ

mahabharatanews

୨୬ରୁ ଭିତରକନିକା ବନ୍ଦ

mahabharatanews

ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

mahabharatanews