ଭାରତ

ମୃତ୍ୟୁ ଏପରିବି ଆସିପାରେ ନାଚୁ ନାଚୁ ଚାଲିଗଲ ପ୍ରାଣ

ରାୟପୁର: ମୃତ୍ୟୁ ଏପରିବି ଆସିପାରେ ନାଚୁ ନାଚୁ ଚାଲିଗଲ ପ୍ରାଣ । ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ରାଜହରା ଇଞ୍ଜିନିୟର ଦିଲୀପ ରାଉତକରଙ୍କ ମୃତ୍ୟୁ ହୋଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଉତକର ନାଚୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ ।ତେବେ ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୁଃଖଦ ଘଟଣା ମଇ ୪ ତାରିଖରେ ଘଟିଥିବା କୁହାଯାଉଛି।
ଭାଇରାଲ ଭିଡିଓରେ ଦିଲୀପ ରାଉତକର ବିବାହ ଉତ୍ସବରେ ସାମିଲ ହୋଇ ବର ଓ ବଧୂଙ୍କ ସହିତ ଖୁସିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ୧ମିନିଟ ୧୯ ସେକେଣ୍ଡର ଭିଡିଓରେ ଦିଲୀପ ରାଉତକର ଏକମିନିଟ ପାଇଁ ବର-ବଧୂଙ୍କ ଷ୍ଟେଜରେ ବସିପଡ଼ୁଛନ୍ତି, ଆଉ କିଛି ସେକେଣ୍ଡ ମଧ୍ୟରେ ତଳେ ପଡ଼ିଯାଉଥିବା ନଜର ଆସୁଛି। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କ’ଣ ହୋଇଛି କିଛି ବୁଝିବା ପୂର୍ବରୁ ଦିଲୀପ ରାଉତକରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ମଇ ୪ ତାରିଖରେ ଦିଲୀପ ରାଉତକରଙ୍କ ଭାଣିଜୀଙ୍କ ଦଲ୍ଲୀ ରାଜହରାରେ ବିବାହ ଥିଲା। ରାତି ୧୨ଟାରେ ଦିଲୀପ ଓ ତାଙ୍କ ସମ୍ପର୍କୀୟ ମିଶି ବର-ବଧୂଙ୍କ ସହିତ ନୃତ୍ୟ କରୁଥିଲେ। ନାଚୁନାଚୁ ଦିଲୀପଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ତେଣୁ ସେ ତଳେ ବସି ଯାଇଥିଲେ। ଆଉ କିଛି ସେକେଣ୍ଡ ମଧ୍ୟରେ ଚଟଣାରେ ପଡ଼ିଯାଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related posts

ହିମାଚଳରେ ପ୍ରବଳ ବର୍ଷା : ଜାରି ହେଲା ହେଲ୍ପ ଲାଇନ ନମ୍ବର  

mahabharatanews

ରାହୁଲଙ୍କୁ ରାଜକୁମାର କହିଲେ ମୋଦୀ

mahabharatanews

କଂଗ୍ରେସ ସରକାର ଆମକୁ ଆମଦାନୀ ଉପରେ ନିର୍ଭଳଶୀଳ କରାଇ ପାପ କରିଛି ।

mahabharatanews