ଓଡିଶା

ଉଦ୍ୟୋଗି ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଗଜପତି ଓ ଓଡ଼ିଶା ପ୍ରକଳ୍ପ ବଜାର ବିକାଶ କେନ୍ଦ୍ରର ମିଳିତ ସହଯୋଗରେ ଉଦ୍ୟୋଗି ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଅଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ,ଲିଡ଼ ବ୍ୟାଙ୍କ ମେନେଜର ମହେଶ୍ବର ମଣ୍ଡଳ,  ଜିଲ୍ଲା ହସ୍ତଶିଳ୍ପ ବିକାଶ ଅଧିକାରିଣୀ  ପ୍ରିୟଙ୍କା ପାତ୍ର,ଜିଲ୍ଲା ଶିଳ୍ପ ପରିଚାଳକ ବିଭୁ ରଞ୍ଜନ ସ୍ୱାଇଁ,ଟ୍ରେନର ଭାବେ ନଥିଏଲ ପରିଛା, ଓଡିଶା ପ୍ରକଳ୍ପ ବଜାର ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ମାର୍ଚ୍ଚ ଅଠର ତାରିଖ ଠାରୁ ଏପ୍ରିଲ ନଅ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।ଏହି ତାଲିମର ମୂଳ ଲକ୍ଷ୍ୟ ହେଉଛି ଯୁବକ ଯୁବତୀ ମାନେ ଏହି ତାଲିମ ନେଲା ପରେ ସେମାନେ ଆଗାମୀ ଦିନରେ ଜଣେ ଜଣେ ଉଦ୍ୟୋଗୀ ହେବେ ନିଜେ ସ୍ୱାବଲମ୍ବି ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ ହେବାରେ ସହାୟକ ହୋଇ ପାରିବେ ।ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶିକ୍ଷିତ ଯୁବକ ଯୁବତୀ ମାନେ ଆସି ଏହି ତାଲିମ ନେଇଛନ୍ତି। ଇତି ସାହୁ ଓ ହୃଷିକେଶ ମେକାପ ସୁପରିଚାଳନା କରିଥିଲେ।

Related posts

ଧାନକଟା ମେସିନ ଓଲଟି ୨ ଯୁବକଙ୍କ ମୃତ୍ୟୁ

mahabharatanews

ଘୋଷଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା

mahabharatanews

ଏହି କାରଣରୁ ୪ ସୋମବାରରେ ହିଁ କାଉଡ଼ିଆ କରିପାରିବେ ଜଳଲାଗି   

mahabharatanews