ମନୋରଞ୍ଜନ

 ୧୨ବର୍ଷ ପରେ ସ୍ୱାମୀଙ୍କ ଠାରୁ ଅଲଗା ହେବେ ଈଶା ଦେଓଲ

(ମୁମ୍ବାଇ) : ଧର୍ମେନ୍ଦ୍ର-ହେମା ମାଲିନିଙ୍କ ଝିଅ ତଥା ଅଭିନେତ୍ରୀ ଈଶା ଦେଓଲ ବିବାହର ୧୨ବର୍ଷ ପରେ ଭରତ ତଖତାନୀଙ୍କ ଠାରୁ ଅଲଗା ହୋଇଛନ୍ତି । ଅଭିନେତ୍ରୀ ୨୦୧୨ମସିହାରେ ତାଙ୍କ ପ୍ରେମିକ ଭରତ ତଖତାନୀଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଦୁହେଁ ସହମତିରେ ପରସ୍ପରଠୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁଯାୟୀ , ଦୁହେଁଙ୍କ ଅଲଗା ହେବାର କାରଣ ହେଉଛି ଭରତଙ୍କର ଅତିରିକ୍ତ ବୈବାହିକ ସମ୍ପର୍କ । ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରୁଥିଲେ ଏହି ସେଲିବ୍ରିଟି କପଲ୍ । କିଛି ଦିନ ହେଲା ଈଶା ଏବଂ ଭରତ ପରସ୍ପର ସହ ଫଟୋ ସେୟାର କରିବା ବନ୍ଦ କରିଦେଇଛନ୍ତି । ସେବେଠାରୁ ହିଁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା ଯେ ଉଭୟଙ୍କ ମଧ୍ୟରେ କିଛି ଠିକ୍ ଚାଲି ନାହିଁ । ଏହା ବ୍ୟତୀତ, ଈଶାଙ୍କ ମା’ ହେମା ମାଲିନିଙ୍କ ୭୫ତମ ଜନ୍ମଦିନରେ ମଧ୍ୟ ଭାରତଙ୍କୁ ଦେଖିବା ପାଇଁ ମିଳିନଥିଲା । ସେବେଠୁ ହିଁ ଗୁଜବ ସୃଷ୍ଟି ହେବା ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ଈଶା ଏବଂ ଭରତ ନିଜେ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।

Related posts

୪୫୦ କୋଟି ଆୟ ଅତିକ୍ରମ କଲା ଚଳଚ୍ଚିତ୍ର ‘ଗଦର-୨ ‘

mahabharatanews

ଫିଲ୍ମ ‘ଫାଇଟର୍‌’କୁ ଲିଗାଲ ନୋଟିସ  

mahabharatanews

ହାତକୁ ଦି ହାତ ହେବେ ଅଭିନେତ୍ରୀ ଜାହ୍ନବୀ କପୁର

mahabharatanews