ମନୋରଞ୍ଜନ

୪୫୦ କୋଟି ଆୟ ଅତିକ୍ରମ କଲା ଚଳଚ୍ଚିତ୍ର ‘ଗଦର-୨ ‘

(ମୁମ୍ବାଇ) : ଧମାଲ କଲା ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର-୨ ।  ବକ୍ସ ଅଫିସରେ ଆୟ ୪୫୬.୦୫ କୋଟିରେ ପହଞ୍ଚିଛି। ତେବେ ଚଳଚ୍ଚିତ୍ରଟି ଆଉ ଏକ ରେକର୍ଡ କରିଛି- ଏହା ବାହୁବଳୀ-୨ ସମେତ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ଭିତରେ ଖୁବ୍‌ଶୀଘ୍ର ୪୫୦ କୋଟିର ଆୟସୀମା ଅତିକ୍ରମ କରିଛି।

ସୂଚନାନୁଯାୟୀ ଗଦର-୨ର ବ୍ୟବସାୟ ଜାରି ରହିଛି। ତୃତୀୟ ଶନିବାର-ରବିବାର ସୁଦ୍ଧା ଏହାର ଅର୍ଜନ ୪୫୦ କୋଟି ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ୭.୧୦ କୋଟି, ଶନିବାର ୧୩.୭୫ କୋଟି ଏବଂ ରବିବାର ୧୬.୧୦ କୋଟି ସହ ଏହାର ମୋଟ ଆୟ ୪୫୬.୦୫ କୋଟି ଟଙ୍କାରେ ପହଞ୍ଚିଛି। ୧୭ ଦିନରେ ଗଦର-୨ ବକ୍ସ ଅଫିସରେ ୪୫୦ କୋଟି ଆୟ ସୀମା ଟପିଛି। ସେଇ ସୀମା ଟପିବା ପାଇଁ ପଠାନକୁ ୧୮ ଦିନ ଓ ବାହୁବଳୀକୁ ୨୦ ଦିନ ଲାଗିଥିଲା ବୋଲି ଆଦର୍ଶ ଟ୍ବିଟ୍ କରିଛନ୍ତି।

Related posts

ମା’ ହେଲେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ

mahabharatanews

ରଣବୀର କପୁରଙ୍କୁ ସମନ ଜାରି 

mahabharatanews

କମିଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍‌ ମୂଲ୍ୟ

mahabharatanews