ପ୍ରଯୁକ୍ତି

ଚନ୍ଦ୍ରଯାନ-୩ ପାଇଁ ଇସ୍ରୋର ପ୍ରସ୍ତୁତି

(ନୂଆଦିଲ୍ଲୀ/ମହାଭାରତ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି କରୁଛି । ଏଥିପାଇଁ କେନ୍ଦ୍ରକୁ ୭୫ କୋଟି ଟଙ୍କା ମାଗିଛି । ଆସନ୍ତା ବର୍ଷ ନଭେମ୍ବର ମାସରେ ଚନ୍ଦ୍ରାବତରଣ ଅଭିଯାନ ହେବ ବୋଲି ଇସ୍ରୋ ଯୋଜନା କରୁଛି । ଚଳିତ ଆର୍ଥିକ ବର୍ଷରେ ଇସ୍ରୋ ଏହି ଅର୍ଥରାଶି ଯୋଗାଇ ଦେବା ପାଇଁ ଅନୁରୋଧ କରିଛି । କେବଳ ୬୦ କୋଟି ଟଙ୍କା ମେସିନ ଉପକରଣ ଓ ଅନ୍ୟାନ୍ୟ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହା ବ୍ୟତୀତ ବାକି ୧୫ କୋଟି ରାଜସ୍ୱ ଖର୍ଚ୍ଚ ଅଧୀନରେ ରଖାଯିବ । ପୂର୍ବରୁ ଏହି ପ୍ରକଳ୍ପ ଲାଗି ଇସ୍ରୋ ଦାବି କରିଥିବା ୬୬୬ କୋଟି ୨୦୧୯-୨୦ ବଜେଟରେ ଅନୁମୋଦନ କରାଯାଇଥିଲା । ପ୍ରାୟ ୧୨ କୋଟି ଟଙ୍କା କ୍ଷୁଦ୍ର କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ ଯାନ ନିମନ୍ତେ ଏବଂ ୧୨୦ କୋଟି ଟଙ୍କା ଲଞ୍ଚପ୍ୟାଡ ଉନ୍ନତି ପାଇଁ ଖର୍ଚ୍ଚ ହେବ ବୋଲି ବରାଦ ହୋଇଥିଲା ।

Related posts

ପାନ୍ ୨.୦ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ : କ୍ୟୁଆର କୋର୍ଡ ସହ ଆସିବ ପାନ୍ କାର୍ଡ

mahabharatanews

ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

ନୂଆବର୍ଷରୁ ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଲାଗିବ ହାଇ- ସ୍ପିଡ୍ କ୍ୟାମେରା

mahabharatanews