ଓଡିଶାଶିକ୍ଷା

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ନିୟମିତ ସ୍କୁଲ ଆସିବେ ଶିକ୍ଷକ ଶିକ୍ଷତ୍ରୀ

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଭାବେ ବିଦ୍ୟାଳୟକୁ ଆସିବେ। ମେ’ ୪ ତାରିଖ ପର୍ୟ୍ୟନ୍ତ ଧାର୍ୟ୍ୟ ସମୟରେ ପହଞ୍ଚି କାର୍ୟ୍ୟ କରିବେ। ମାଧ୍ୟାହ୍ନ ଭୋଜନ ରୋଷେୟା ଓ ସହାୟିକାମାନେ ମଧ୍ୟ ଉପସ୍ଥିତ ରହିବେ। ନାମଲେଖା, ବିନିଯୋଗ ପ୍ରମାଣପତ୍ର ଟାଇମ୍ଟେବୁଲ୍ ସମେତ ଅନ୍ୟାନ୍ୟ କାର୍ୟ୍ୟ ଜାରି ରହିଥିବାରୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛୁଟି ଦିଆଯିବନାହିଁ। ଏହି ସମୟ ମଧ୍ୟରେ ମାଧ୍ୟାହ୍ନ ଭୋଜନର ମହଜୁଦ, ସ୍ବଚ୍ଛତା, ଗ୍ୟାସ୍, କିଚେନ୍ ସେଡ୍, ଶୌଚାଳୟ ଆଦି ସୁବିଧାର ତଦାରଖ କରିବେ। ମେ’ ୪ ପରେ ଶିକ୍ଷକ ଶିକ୍ଷୟିତ୍ରୀ ରୋଷ୍ଟର ଡ୍ୟୁଟି କରିବେ ବୋଲି ଗଣଶିକ୍ଷା ବିଭାଗ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।
ମାଧ୍ୟମିକ ଶିକ୍ଷକଙ୍କ ଛୁଟି କାଟ ଓ ଖରା ଛୁଟିରେ ରୋଷ୍ଟର ଡ୍ୟୁଟି ନୀତିକୁ ବିରୋଧ କରିଛି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ। ଏହାର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଛୁଟିକୁ ବିଭିନ୍ନ ଆଳରେ କଟାଯାଉଛି। ଶିକ୍ଷାବର୍ଷରେ ୮୨ ଦିନ ଛୁଟି ପ୍ରଦାନ କରାଯାଉଛି ବୋଲି ରାଜ୍ୟ ସରକାର ବାର୍ଷିକ ଛୁଟି କ୍ୟାଲେଣ୍ଡରରେ ପ୍ରକାଶ କରୁଛନ୍ତି। ସେଥିମଧ୍ୟରୁ ୮ ଦିନ ବିଦ୍ୟାଳୟରେ ପାଳନ କରାଯାଉଛି। ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଦିନ ବିଦ୍ୟାଳୟକୁ ଆସୁଛନ୍ତି। ଖରା ଛୁଟିକୁ ଛୁଟିରେ ଗଣନା କରାଯାଉଥିଲେ ମଧ୍ୟ ନିକଟରେ ମୋ ସ୍କୁଲ ତରଫରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଖରା ଛୁଟିରେ ଶିକ୍ଷକ/ଶିକ୍ଷୟିତ୍ରୀ ରୋଷ୍ଟର ଡ୍ୟୁଟି କରିବେ ବୋଲି ନିର୍ଦେଶନାମା ଜାରି ହୋଇଛି। ରାଜ୍ୟ ସରକାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଛୁଟି ତାଲିକାକୁ ପରିବର୍ତ୍ତନ କରି ସ୍ପଷ୍ଟ ଛୁଟି ତାଲିକା ପ୍ରକାଶ କରନ୍ତୁ ବୋଲି ସଂଘ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ ଦାବି କରିଛନ୍ତି।

 

Related posts

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

mahabharatanews

ଫେରିଥିବା ଦାଦନଙ୍କ ନାମ ପଞ୍ଜିକରଣ

mahabharatanews

ସରିଲା ଉଦ୍‌ଘାଟନ; ଉତ୍‌କେଲାକୁ ବିମାନ ସେବା ଆରମ୍ଭ

mahabharatanews