ଓଡିଶା

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

(ପୁରୀ)  : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ପୂର୍ବାହ୍ନ ୧୧ ଟା ୩୦ ମିନିଟରେ ଏହି ବୈଠକ ହେବ । ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଏହି ବୈଠକରେ ମୋହର ବାଜିବ । ଏହାପୂର୍ବରୁ ତିନି ଦିନ ଧରି ଅର୍ଥାତ୍ ଜାନୁଆରୀ ୧୫ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ। ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ, ସଂକୀର୍ତ୍ତନ କରାଯିବ।

 

 ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟଙ୍କ ସହ ବରିଷ୍ଠ ଅଧିକାରୀମାନେ ଭାଗ ନେବେ ।

Related posts

ବହୁମୁଖୀ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews

ଆଜି ବସିବ ରାଜ୍ୟ କ୍ୟାବିନେଟ୍

mahabharatanews

ଓଡିଶା ରିଭ୍ୟୁ ଓ ଉକ୍ରଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂସ୍କରଣ ଲୋକାର୍ପିତ

mahabharatanews