ଓଡିଶା

ସରିଲା ଉଦ୍‌ଘାଟନ; ଉତ୍‌କେଲାକୁ ବିମାନ ସେବା ଆରମ୍ଭ

(ଭୁବନେଶ୍ୱର) : ଭୁବନେଶ୍ୱରରୁ ଉତ୍‌କେଲାକୁ ଆରମ୍ଭ ହେଲା ବିମାନ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ପ୍ରଥମ ବିମାନ । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ VCରେ ଉଦ୍‌ଘାଟନ କଲେ । ଭୁବନେଶ୍ୱରରେ ଫ୍ଲାଗ୍‌ଅପ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ୱାନ୍ ଫ୍ଲାଇଟ୍ ଉଡ଼ାଣ ଭରିଛି ।

ସୂଚନାନୁଯାୟୀ ,  ସପ୍ତାହକୁ ଦୁଇ ଦିନ ମିଳିବ ବିମାନ ସେବା । କଳାହାଣ୍ଡିର ବହୁ ପ୍ରତୀକ୍ଷିତ ଉତ୍କେଲା ବିମାନବନ୍ଦରକୁ ଆଜିଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଉତ୍‌କେଲା ଅଭିମୁଖେ ଆସିବାକୁ ଥିବା ପ୍ରଥମ ବିମାନକୁ ପତାକା ଦେଖାଇଛନ୍ତି । ଏଥିପାଇଁ ଯାତ୍ରୀ ଭଡା ୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି ।

Related posts

ବସ୍ତା ଥାନା ପତ୍ରଝଡ଼ା ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଅଘଟଣ

mahabharatanews

ପୁଣି ଖଟିଆରେ ବୁହା ହେଲେ ରୋଗୀ

mahabharatanews

ଗଣେଶ ମୂର୍ତ୍ତି ଭସାଣୀରେ ଦୁଇ ସାହି  ମଧ୍ୟରେ ଗଣ୍ଡଗୋଳ

mahabharatanews